ମୁମ୍ବାଇ: ପେଟ୍ରୋଲ୍ ଦାମ୍ରେ ହେଉଥିବା ନିୟମିତ ବ୍ୟବଧାନର ବୃଦ୍ଧି ଯୋଗୁଁ ଖୁବ୍ଶୀଘ୍ର ମୁମ୍ବାଇରେ ଏହାର ଦାମ୍ ୧୦୦ ଟଙ୍କା ସ୍ତର ଅତିକ୍ରମ କରିବ। ଡିଜେଲ୍ ଦାମ୍ ମଧ୍ୟ ୯୦ ଟଙ୍କାରୁ ଅଧିକ ହୋଇଯିବ। ଆଜି ମୁମ୍ବାଇରେ ପେଟ୍ରୋଲ୍ ଦାମ୍ ୯୮ ଟଙ୍କା ୧୨ ପଇସା ଥିବା ବେଳେ ଡିଜେଲ୍ ଦାମ୍ ୮୯ ଟଙ୍କା ୪୮ ପଇସା ରହିଛି। ତେବେ ଦେଶର କେତେକ ରାଜ୍ୟରେ ପେଟ୍ରୋଲ୍ ଏବେ ୧୦୦ ଟଙ୍କାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର କିଛି ଜିଲ୍ଲାରେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ହୋଇସାରିଲାଣି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ଅଧିକ ରହିବା ଏବଂ ଭାରତରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବା ଯୋଗୁଁ ତେଲ ଦାମ୍ ବଢ଼ୁଛି। ଆଜି କ୍ରମାଗତ ଦ୍ବିତୀୟ ଦିନ ଲାଗି ଦାମ୍ ବଢ଼ିଛି। ପଶ୍ଚିମବଙ୍ଗ ଓ ଆଉ କେତୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ କଂପାନିଗୁଡ଼ିକ ଦର ବୃଦ୍ଧି ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ୧୮ ଦିନ ପର୍ଯ୍ୟନ୍ତ ଦାମ୍ ବଢ଼ିନଥିଲା।
ମୁମ୍ବାଇରେ ପେଟ୍ରୋଲ୍ ୧୦୦ ଛୁଇଁବ
/sambad/media/post_attachments/wp-content/uploads/2021/04/petrol-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)