ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବରରେ ଓଡ଼ିଶାରେ ୨୫୨୮ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି। ଗତବର୍ଷ ନଭେମ୍ବରରେ ହୋଇଥିବା ୨୩୪୭ କୋଟି ଟଙ୍କା ଆଦାୟ ତୁଳନାରେ ଏହା ୮ ପ୍ରତିଶତ ଅଧିକ। ସେହିପରି, ସାରା ଦେଶରେ ଜିଏସ୍ଟି ଆଦାୟ କ୍ରମାଗତ ଦ୍ବିତୀୟ ମାସ ଲାଗି ଲକ୍ଷେ କୋଟି ଟଙ୍କାରୁ ଅଧିକ ହୋଇଛି। ନଭେମ୍ବରରେ ଦେଶରେ ୧,୦୪,୯୬୩ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି। ଗତ ଅକ୍ଟୋବରରେ ୧,୦୫,୧୫୫ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା। ଗତବର୍ଷ ନଭେମ୍ବର ତୁଳନାରେ ଚଳିତ ବର୍ଷ ୪.୯% ଅଧିକ ଜିଏସ୍ଟି ଆଦାୟ ହୋଇଛି। ଟିକସ ଆଦାୟରେ ଏଭଳି ଉତ୍ସାହଜନକ ବୃଦ୍ଧିକୁ ଅର୍ଥନୀତିରେ ସୁଧାରର ଏକ ବଡ଼ ସଙ୍କେତ ଭାବେ ବିଚାର କରାଯାଉଛି। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଅର୍ଥନୀତିର ପ୍ରଦର୍ଶନ ଆଶା ଠାରୁ ଅଧିକ ରହିବା ଯୋଗୁଁ କେନ୍ଦ୍ର ସରକାର ଉତ୍ସାହିତ ଥିବା ବେଳେ ଜିଏସ୍ଟି ଆଦାୟ ଉତ୍ସାହଜନକ ରହିବା ସରକାରଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି। ଚଳିତ ବର୍ଷ ନଭେମ୍ବରରେ ୧୯,୧୮୯ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍ଟି, ୨୫,୫୪୦ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି ଓ ୫୧,୯୯୨ କୋଟି ଟଙ୍କାର ସମନ୍ବିତ ଜିଏସ୍ଟି ଆଦାୟ କରାଯାଇଛି। ସେସ୍ ବାବଦରେ ୮୨୪୨ କୋଟି ଟଙ୍କା ସଂଗ୍ରହ କରାଯାଇଛି।
ଓଡ଼ିଶାରେ ନଭେମ୍ବରରେ ୨୫୨୮ କୋଟି ଜିଏସ୍ଟି ଆଦାୟ, ଦେଶରେ ଆଦାୟ ଲକ୍ଷେ କୋଟି ଟପିଲା
/sambad/media/post_attachments/wp-content/uploads/2020/10/gst-fraud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)