ଇସଲାମାବାଦ: ପାକିସ୍ତାନ ସରକାର ଆଜି ପେଟ୍ରୋଲ ଦାମ ଲିଟର ପିଛା ୧୦ ଟଙ୍କା ୪୯ ପଇସା ବଢ଼ାଇଛନ୍ତି। ହାଇସ୍ପିଡ୍ ଡିଜେଲ ଦାମ ଲିଟର ପିଛା ୧୨ ଟଭ୍କା ୪୪ ପଇସା ବୃଦ୍ଧି କରିଛନ୍ତି। ଏଥିଯୋଗୁ ପାକିସ୍ତାନରେ ଲିଟର ପିଛା ପେଟ୍ରୋଲ ଦର ୧୩୭ ଟଙ୍କା ୭୯ ପଇସା ଏବଂ ହାଇସ୍ପିଡ୍ ଡିଜେଲ ଦାମ ୧୩୪ ଟଙ୍କା ୪୮ ପଇସାରେ ପହଞ୍ଚିଛି। କିରାସିନି ଏବଂ ଲାଇଟ୍ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୧୦ ଟଙ୍କା ୯୫ ପଇସା ଏବଂ ୮ ଟଙ୍କା ୮୪ ପଇସା ମହଙ୍ଗା ହୋଇଛି। ପାକିସ୍ତାନରେ ସମ୍ଭବତଃ ପ୍ରଥମ ଥର ପାଇଁ ଉପରୋକ୍ତ ୪ଟି ପେଟ୍ରୋଲିୟମ ଉତ୍ପାଦ ଦର ୧୦୦ ଟଙ୍କାରୁ ଅଧିକ ରହିଛି ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚି ଥିବାରୁ ସରକାର ଏସବୁ ଇନ୍ଧନ ମୂଲ୍ୟରେ ବୃଦ୍ଧି କରିଛନ୍ତି। ଏଥିସହିତ ଖାଇବା ତେଲ ଏବଂ ଗହମ ଆଦିର ମଧ୍ୟ ଅତ୍ୟଧିକ ମୂଲ୍ୟ ବୃଦ୍ଧି ଘଟିଛି। ତେବେ ଏହି ମୂଲ୍ୟବୃଦ୍ଧି ଅନ୍ତର୍ଜାତୀୟ ବଜାର ପାଇଁ ହୋଇଛି ବୋଲି ସରକାର ସଫେଇ ଦେଇଛନ୍ତି। ସରକାରଙ୍କ ଦ୍ବାରା ପେଟ୍ରୋଲିୟମ ଉତ୍ପାଦର ଦର ବୃଦ୍ଧିକୁ ବିରୋଧୀ ଦଳ ଗୁଡ଼ିକ ତୀବ୍ର ସମାଲୋଚନା କରିଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାକର ଘଟଣା। ଏଥିଯୋଗୁ ଅନେକ ବ୍ୟକ୍ତି କ୍ଷୁଧା ପରିସରକୁ ଚାଲିଯିବେ ବୋଲି ପିଏମ୍ଏଲ୍-ଏନ୍ ଶେହବାଜ ଶରିଫ କହିଛନ୍ତି।
ପାକିସ୍ତାନରେ ଦିନକରେ ପେଟ୍ରୋଲ ୧୦ ଟଙ୍କା ବଢ଼ିଲା
/sambad/media/post_attachments/wp-content/uploads/2021/06/petrol.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)