ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବିଦ୍ୟୁତ ସଞ୍ଚୟ କରିବା ଲାଗି ବଜାରକୁ ରାତି ୮ଟା ସୁଦଧା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ ଦ୍ବାରା ପାକିସ୍ତାନ ବାର୍ଷିକ ୧୦୦ କୋଟି ଡଲାର ସଞ୍ଚୟ କରିପାରିବ। ପାକିସ୍ତାନର ବିଭିନ୍ନ ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ହୋଇଥିବା ଏକ ବୈଠକରେ ବଜାରକୁ ଶୀଘ୍ର ବନ୍ଦ କରିବା ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଯୋଜନା ମନ୍ତ୍ରୀ ଏହସାନ୍ ଇକ୍ବାଲ୍ କହିଛନ୍ତି। ପାକିସ୍ତାନରେ ଶକ୍ତି ଏବେ ବଡ଼ ଆହ୍ବାନ ଭାବେ ଉଭା ହୋଇଥିବାରୁ ଜୀବାଶ୍ମ ଇନ୍ଧନ ଓ ତୈଳ ଆମଦାନି ଉପରେ ନିର୍ଭରଶୀଳତା କମ୍ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସୌର, ଜଳ ଓ ପବନ ଶକ୍ତିର ପ୍ରସାରକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହା ପୂର୍ବରୁ ଗତ ଜାନୁଆରିରେ ପାକିସ୍ତାନ ସରକାର ରାତି ସାଢ଼େ ୮ଟା ସୁଦ୍ଧା ବଜାର ବନ୍ଦ କରିବା ଏବଂ ଅଧିକ ଶକ୍ତି ଖର୍ଚ୍ଚ କରୁଥିବା ଆପ୍ଲାଏନ୍ସେସ୍ଗୁଡ଼ିକୁ ହଟାଇବା ଲାଗି ନିଷ୍ପତ୍ତି ନେଇଥିଲେ।
ପାକିସ୍ତାନରେ ରାତି ୮ ସୁଦ୍ଧା ବଜାର ବନ୍ଦ
/sambad/media/post_attachments/wp-content/uploads/2023/03/pakistan-economic-crisis-98201002.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)