ସାମଗ୍ରୀ ହସ୍ପିଟାଲ୍ କିଣନ୍ତି(ଟ.) ରୋଗୀଙ୍କ ପାଇଁ ଦର(ଟ.)
୩-େଓ୍ଵ ଷ୍ଟପ୍ କକ୍, ବାଇ ଭାଲ୍ଭ ୫.୭୭ ୧୦୬
୩-େଓ୍ଵ ଷ୍ଟପ୍ କପ୍ ସହିତ ଲିଉର୍ ଲକ୍ ୫.୮୨ ୧୦୬
ଆଇଭି ଇନ୍ଫ୍ୟୁଜ୍ନ୍ ସେଟ୍ ନନ୍-ଭେଣ୍ଟେଡ୍ ୮.୩୯ ୧୧୫
ଆଇଭି ସେଟ୍ ଭେଣ୍ଟେଡ୍ ୮.୪୬ ୧୧୫
ଆଡ୍ରେନର୍ ୨ଏମ୍ଏଲ୍ ଇଞ୍ଜେକ୍ସନ୍ ୧୪.୭୦ ୧୮୯.୯୫
ଟୁଡେସେଫ୍ ୧ଗ୍ରାମ୍ ଇଞ୍ଜେକ୍ସନ୍ ୪୦.୩୨ ୪୩୦
ନୂଆଦିଲ୍ଲୀ, ୨୦/୨: ଘରୋଇ ହସ୍ପିଟାଲ୍ଗୁଡ଼ିକ ରୋଗୀମାନଙ୍କୁ କିଭଳି ଶୋଷଣ କରୁଛନ୍ତି ତାହାର ଏକ ଭୟଙ୍କର ଚିତ୍ର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଦିଲ୍ଲୀ ଏବଂ ଏନ୍ସିଆର୍ ଅଞ୍ଚଳରେ ଥିବା ଚାରିଟି ଲୋକପ୍ରିୟ ଘରୋଇ ହସ୍ପିଟାଲ୍କୁ ନେଇ ଜାତୀୟ ଫାର୍ମାସ୍ୟୁଟିକାଲ୍ ମୂଲ୍ୟ ନିର୍ଧାରଣ କର୍ତୃପକ୍ଷ (ଏନ୍ପିପିଏ) ଏକ ସର୍ଭେ କରିଥିଲେ। ସର୍ଭେରୁ ଜଣାପଡ଼ିଥିଲା ଯେ ଘରୋଇ ହସ୍ପିଟାଲ୍ଗୁଡ଼ିକ ଔଷଧ ଉପରେ ୧୨୦୦% ପର୍ଯ୍ୟନ୍ତ ଲାଭ କରୁଛନ୍ତି। ଔଷଧ, କଞ୍ଜ୍ୟୁମେବଲ୍ ଏବଂ ଡାଏଗ୍ନୋଷ୍ଟିକ୍ସରୁ ସେମାନେ ୧୭୩୭% ପର୍ଯ୍ୟନ୍ତ ଲାଭ କରୁଛନ୍ତି। ରୋଗୀମାନଙ୍କୁ ଯେଉଁ ବିଲ୍ ପ୍ରଦାନ କରାଯାଉଛି ସେଥିରେ ଔଷଧ, କଞ୍ଜ୍ୟୁମେବଲ୍ ଏବଂ ଡାଏଗ୍ନୋଷ୍ଟିକ୍ର ୪୬% ଅବଦାନ ରହୁଛି।
ଏହି ସର୍ଭେରୁ ଏହା ଜଣାପଡ଼ିଛି ଯେ ଔଷଧ କିମ୍ବା ଉପକରଣ ନିର୍ମାତାମାନେ ନୁହେଁ, ଘରୋଇ ହସ୍ପିଟାଲ୍୍ଗୁଡ଼ିକ ଏମ୍ଆର୍ପି ବଢ଼ାଇ ଦେଉଛନ୍ତି।
ଏନ୍ପିପିଏ ଜାଣିବାକୁ ପାଇଛି ଯେ ଘରୋଇ ହସ୍ପିଟାଲ୍ଗୁଡ଼ିକ ନିଜସ୍ୱ ଫାର୍ମାସ୍ୟୁଟିକାଲ୍ରେ ଔଷଧ, ଉପକରଣ ଏବଂ ଡିସ୍ପୋଜେବଲ୍ ବିକ୍ରି କରୁଛନ୍ତି। ରୋଗୀମାନେ ସେହିଠାରୁ ହିଁ ସବୁ ଜିନିଷ କିଣିଥାନ୍ତି। କାରଣ ବାହାରୁ ଏସବୁ ଜିନିଷ କିଣିବାର ସୁଯୋଗ ରୋଗୀଙ୍କୁ ମିଳେନାହିଁ। ନିଜ ଫାର୍ମାସି ଜରିଆରେ ହସ୍ପିଟାଲ୍ଗୁଡ଼ିକ ବିପୁଳ ପରିମାଣର ଔଷଧ ଏବଂ ଚିକିତ୍ସା ଉପକରଣ କିଣିଥାନ୍ତି। ଫଳରେ ଏମ୍ଆର୍ପିଠାରୁ ବହୁତ କମ୍ ଦରରେ ସେମାନଙ୍କୁ ଏହି ସାମଗ୍ରୀ ମିଳିଯାଏ। କିନ୍ତୁ, ସେହି ସବୁ ସାମଗ୍ରୀ ରୋଗୀ କିଣିବା ବେଳେ ଏମ୍ଆର୍ପିରେ କିଣିଥାନ୍ତି। ଅଧିକ ମାତ୍ରାରେ ଔଷଧ କିଣୁଥିବା ହସ୍ପିଟାଲ୍ଗୁଡ଼ିକ
ପ୍ୟାକେଟ୍ରେ ଏମ୍ଆର୍ପିକୁ ବଢ଼ାଇ ଚଢ଼ାଇ ଲେଖିବା ପାଇଁ କଂପାନିଗୁଡ଼ିକୁ ବାଧ୍ୟ କରିଥାନ୍ତି।
ଏହି ସର୍ଭେରୁ ଜଣାପଡ଼ିଛି ଯେ ଘରୋଇ ହସ୍ପିଟାଲ୍ଗୁଡ଼ିକ କଞ୍ଜ୍ୟୁମେବଲ୍ ଉପରେ ୩୫୦%ରୁ ୧୭୦୦% ପର୍ଯ୍ୟନ୍ତ ଏବଂ ଔଷଧ ଉପରେ ୧୬୦%ରୁ ୧୨୦୦% ପର୍ଯ୍ୟନ୍ତ ଲାଭ କରୁଛନ୍ତି।
ଘରୋଇ ହସ୍ପିଟାଲ୍ରେ ରୋଗୀଙ୍କୁ ଶୋଷଣ
ଔଷଧ, କଞ୍ଜ୍ୟୁମେବଲ୍ରୁ ୧୭୦୦% ପର୍ଯ୍ୟନ୍ତ ଲାଭ
/sambad/media/post_attachments/wp-content/uploads/2018/02/500notes.jpg)