ନୂଆଦିଲ୍ଲୀ: ଶ୍ରୀଲଙ୍କା ଦେବାଳିଆ ହେବାରେ ଲାଗିଛି। ସେଠାରେ ଖାଦ୍ୟପଦାର୍ଥ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ଆଳୁର କିଲୋ ପିଛା ଦାମ୍ ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ କଞ୍ଚା ଲଙ୍କା ୭୦୦ ଟଙ୍କାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। କିଛି ଦିନ ପୂର୍ବେ ଶ୍ରୀଲଙ୍କାରେ ୧୦୦ ଗ୍ରାମ ଲଙ୍କାର ଦାମ୍ ୧୮ ଟଙ୍କା ଥିଲା। ତାହା ଏବେ ବୃଦ୍ଧି ପାଇ ୭୧ ଟଙ୍କା ହୋଇଛି। ଅର୍ଥାତ ଏକ କେଜି କଞ୍ଚା ଲଙ୍କା ଦାମ୍ ୭୧୦ ଟଙ୍କା ହୋଇଯାଇଛି। ଏହାର ମୂଲ୍ୟ ମାସକ ଭିତରେ ୨୮୭% ବୃଦ୍ଧି ପାଇଛି। ସେହି ସମୟରେ ବାଇଗଣ ଦାମ୍ ୫୧%, ପିଆଜ ମୂଲ୍ୟ ୪୦%, ବିନ୍ସ ଓ ଟମାଟୋ ମୂଲ୍ୟରେ ୧୦% ବୃଦ୍ଧି ହୋଇଛି। ଏବେ ଶ୍ରୀଲଙ୍କାରେ ଟମାଟୋ ଦାମ୍ ୨୦୦ ଟଙ୍କା, ବାଇଗଣ ୧୬୦ ଟଙ୍କା, ଭେଣ୍ଡି ୨୦୦ ଟଙ୍କା, କଲରା ୧୬୦ ଟଙ୍କା, ବିନ୍ସ ୩୨୦ ଟଙ୍କା, ବନ୍ଧାକୋବି ୨୪୦ ଟଙ୍କା, ଗାଜର ୨୦୦ ଟଙ୍କା ଓ କଞ୍ଚା କଦଳୀ ୧୨୦ ଟଙ୍କାରେ ବିକ୍ରି ହେଉଛି। ୨୦୧୯ର ମୂଲ୍ୟ ତୁଳନାରେ ଅଧିକାଂଶ ସାମଗ୍ରୀ ଦୁଇ ଗୁଣା ଦାମ୍ରେ ବିକ୍ରି ହେଉଛି।
ଶ୍ରୀଲଙ୍କାରେ ହାହାକାର, ଆଳୁ କିଲୋ ୨୦୦
/sambad/media/post_attachments/wp-content/uploads/2021/05/JPR-Patato.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)