ଡ୍ରୋନ୍‌ ନିର୍ମାଣ ପାଇଁ ମିଳିବ ପ୍ରୋତ୍ସାହନ: ପିଏଲ୍‌ଆଇ ସ୍କିମ୍‌କୁ ମଞ୍ଜୁରି, ୧୨୦ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ: ଦେଶରେ ଡ୍ରୋନ‌୍ ଓ ଏସଂକ୍ରାନ୍ତ ଉପରକଣ ନିର୍ମାଣ ପାଇଁ ପ୍ରୋତ୍ସାହନ ମିଳିବ। ସରକାର ଏଥିପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌କୁ ମଞ୍ଜୁରି ଦେଇଛନ୍ତି। ଚଳିତ ଆର୍ଥିକବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏ ବାବଦରେ ୧୨୦ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ଡ୍ରୋନ୍‌ ନିର୍ମାଣ ସହ ଜଡ଼ିତ ବ୍ୟକ୍ତିବିଶେଷ ଏବଂ ବିଭାଗ ସହ ଆଲୋଚନା କରି ଏହି ଯୋଜନାକୁ ଚୂଡ଼ାନ୍ତ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ନିର୍ମାତାମାନେ ଯେଭଳି ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ମୂଳକ ବଜାରରେ ତିଷ୍ଠି ରହି ବ୍ୟବସାୟ କରିପାରିବେ ସେଥିପାଇଁ ଉକ୍ତ ଯୋଜନା ପ୍ରସ୍ତୁତ ହୋଇଛି।

ଭାରତରେ ପଞ୍ଜୀକୃତ ହୋିଥିବା କମ୍ପାନି ଏହାର ସୁବିଧା ପାଇବେ। ତେବେ ‌ନିର୍ମାଣ ଦେଶର ଗୋଟିଏ କିମ୍ବା ଏକାଧିକ ସ୍ଥାନରେ କରାଯାଇପାରେ। ଡ୍ରୋନ ଉପକରଣ ମଧ୍ୟରେ ଏୟାରଫ୍ରେମ, ପ୍ରପଲଜନ ସିଷ୍ଟମ ( ଇଞ୍ଜିନ ଓ ଇଲେକ୍ଟ୍ରେିକ), ପାୱାର ସିଷ୍ଟମ, ବ୍ୟାଟେରି, ଲଞ୍ଚ ଓ ରିକଭରି ସିଷ୍ଟମ, କ୍ୟାମେରା, ସେନସର, ଡିଟେକ୍ଟ ଆଣ୍ଡ ଆଭଏଡ ସିଷ୍ଟମ, ସଫ୍ଟୱେର ଆଦି ରହିଛି। ନୋଡାଲ ଏଜେନ୍ସି ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର