ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଟିକସ ସଂଗ୍ରହ ପରିମାଣ ବଜେଟ୍ ଅଟକଳ ପାଖାପାଖି ସ୍ତରରେ ପହଞ୍ଚିଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୧୦ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୬.୬୮ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ବର୍ଷର ଏହି ସମୟରେ ସଂଗୃହୀତ ପ୍ରତ୍ୟକ୍ଷ ଟିକସଠାରୁ ଏହା ୨୨.୫୮% ଅଧିକ। ନିଟ୍ ରିଫଣ୍ଡ୍‌ ପରିମାଣ ବାଦଯିବା ପରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୩. ୭୩ ଲକ୍ଷ କୋଟି ଟଙ୍କା ହୋଇଛି ଯାହା ଗତବର୍ଷର ଏହି ସମୟରେ ତୁଳନାରେ ୧୬.୭୮ପ୍ରତିଶତ ଅଧିକ। ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ୍‌ରେ କରାଯାଇଥିବା ଆକଳନର ଏହା ୯୬.୬୭ ପ୍ରତିଶତ ହୋଇଛି। ଏଯାବତ୍ କର୍ପୋରେଟ ଓ ବ୍ୟକ୍ତିଗତ ଆୟକରର ଅଭିବୃଦ୍ଧି ମୋଟ୍‌ ରାଜସ୍ବ ସଂଗ୍ରହ ହିସାବରେ ଯଥାକ୍ରମେ ୧୮.୦୮% ଓ ୨୭.୫୭% ବଢିଛି। ରିଫଣ୍ଡକୁ ହିସାବକୁ ନେବା ପରେ କର୍ପୋରେଟ ଆୟକରର ନିଟ୍ ଅଭିବୃଦ୍ଧି ୧୩. ୬୨% ଓ ବ୍ୟକ୍ତିଗତ ଆୟକରର ଅଭିବୃଦ୍ଧି ୨୦.୭୩% ହୋଇଛି। ଅଗ୍ରିମ ଟିକସ ଆକାରରେ ଟିକସଦାତାଙ୍କ ଠାରୁ ଯେଉଁ ଅଧିକ ଟିକସ ଆଦାୟ କରାଯାଇଥିଲା ରିଫଣ୍ଡ୍‌ ଆକାରରେ ତାହା ଫେରାଯାଇଛି। ୨୦୨୨ ଏପ୍ରିଲ ପହିଲାରୁ ୨୦୨୩ ମାର୍ଚ୍ଚ ୧୦ମଧ୍ୟରେ ୨. ୯୫ ଲକ୍ଷ କୋଟି ଟଙ୍କା ରିଫଣ୍ଡ୍‌ ଆକାରରେ ଟିକସଦାତାଙ୍କୁ ଦିଆଯାଇଛି । ପୂର୍ବବର୍ଷ ତୁଳନାରେ ଏହି ରିଫଣ୍ଡ୍‌ ପରିମାଣ ୫୯.୪୪% ଅଧିକ।