ନୂଆଦିଲ୍ଲୀ: ଭାରତରେ ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସିରେ ନିବେଶ ପରିମାଣ ଗତ ୧୭ ମାସ ମଧ୍ୟରେ ୩.୫ ବିଲିଅନ ଡଲାରରୁ ଊର୍ଧ୍ୱରେ ପହଞ୍ଚିଲାଣି। ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଦେଶବ୍ୟାପୀ ସର୍ଭେରୁ ଏହା ଜଣାପଡ଼ିଛି। ଏହି ନିବେଶ ସଂପର୍କରେ ସୂଚନା ପାଇବା ପରେ ଆୟକର ବିଭାଗ ପକ୍ଷରୁ ସହସ୍ରାଧିକ ନିବେଶକଙ୍କୁ ନୋଟିସ୍ ପଠାଯାଇଛି। ଏହି ଭର୍ଚୁଆଲ ମୁଦ୍ରାରେ ନିବେଶ କରିଥିବା ନିବେଶକଙ୍କ ମଧ୍ୟରେ ପ୍ରଯୁକ୍ତି ପ୍ରିୟ ଯୁବ ନିବେଶକ, ରିଅଲ ଇଷ୍ଟେଟ୍ ସଂସ୍ଥା ଏବଂ ଗହଣା ବ୍ୟବସାୟୀମାନେ ବହୁସଂଖ୍ୟାରେ ଅଛନ୍ତି। ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ପୁନେ ଆଦି ୯ଟି ଏକ୍ସଚେଞ୍ଜରୁ ସୂଚନା ସଂଗ୍ରହ କରିବା ପରେ ଆୟକର ବିଭାଗର ଅଧିକାରୀମାନେ ଏହି ତଥ୍ୟ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କ୍ରିପ୍ଟୋକରେନ୍ସିକୁ କିଭଳି ନିୟନ୍ତ୍ରିତ କରାଯିବ ସେ ନେଇ ବିଭିନ୍ନ ଦେଶର ସରକାର ଚିନ୍ତିତ ଅଛନ୍ତି। ଆସନ୍ତା ମାର୍ଚ ମାସରେ ଆର୍ଜେଣ୍ଟିନାଠାରେ ହେବାକୁ ଥିବା ଜି-୨୦ ବୈଠକରେ ନୀତି ନିର୍ଧାରକମାନେ ଏ ନେଇ ଆଲୋଚନା କରିବେ। ତେବେ ଭାରତ ସରକାର ଏହି ମୁଦ୍ରାରେ ନିବେଶ କରୁଥିବା ବ୍ୟକ୍ତିମାନଙ୍କୁ ବାରମ୍ବାର ସତର୍କ କରି ଆସୁଛନ୍ତି। ଏହା ପୋଞ୍ଜି ସ୍କିମ୍ ଭଳି। ଆଗୁଆ ନିବେଶ କରୁଥିବା ବ୍ୟକ୍ତିମାନେ ଏଥିରୁ ଅଧିକ ଲାଭ ସଂଗ୍ରହ କରି ନେଉଛନ୍ତି ବୋଲି ସରକାର କହୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି। ଭାରତରେ ମାସକୁ ୨ ଲକ୍ଷ ଲୋକ ଏହି ବ୍ୟବସାୟରେ ପ୍ରବେଶ କରୁଛନ୍ତି। ଗତବର୍ଷ କ୍ରିପ୍ଟୋକରେନ୍ସି ଗୁଡ଼ିକ ମଧ୍ୟରେ ବିଟ୍କଏନ୍ ମୂଲ୍ୟ ୧୭୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଏହି ମୁଦ୍ରା ମୂଲ୍ୟରେ ମାତ୍ରାଧିକ ବୃଦ୍ଧି ଅନେକଙ୍କୁ ଏଥିରେ ନିବେଶ କରିବା ଲାଗି ଆକର୍ଷିତ ମଧ୍ୟ କରିଛି।
ବିଟ୍କଏନ୍ ନିବେଶକଙ୍କୁ ଆୟକର ନୋଟିସ୍
/sambad/media/post_attachments/wp-content/uploads/2017/12/bitcoin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)