ଆୟକର ଗେଜେଟେଡ ଅଫିସର୍ ସଂଘର ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ବର: ଆୟକର ଗେଜେଟେଡ ଅଫିସର ସଂଘର ସର୍ବଭାରତୀୟ ସମ୍ମିଳନୀ ଆଜି ହୋଟେଲ ସାଣ୍ଡି ଟାୱାର୍ସଠାରେ ଉଦଘାଟିତ ହୋଇଯାଇଛି। ଏହି ଦୁଇଦିନିଆ ସମ୍ମିଳନୀକୁ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିସନର ବିଶ୍ବନାଥ ଝା ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ସଦସ୍ୟମାନଙ୍କୁ ଉଦବୋଧନ ଦେଇ କରଦାତାଙ୍କୁ ସର୍ବୋତ୍କୃଷ୍ଟ ମାନର ‌ସେବା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଉଦଘାଟନୀ ଉତ୍ସବରେ ଅସିମ କୁମାର ଚକ୍ରବର୍ତ୍ତୀ, ଆଇଆରଏସ୍‌ ସ୍ବାଗତ ଭାଷଣ ଦେଇଥିଲେ। ଓଡ଼ିଶା ଗେଜେଟେଡ ଅଫିସର ସଂଘ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ମନୋଜ କୁମାର ପତି, ସର୍ବ ଭାରତୀୟ ସଭାପତି ଅରବିନ୍ଦ କୁମାର ତ୍ରିବେଦୀ, ସମ୍ପାଦକ ଅମିତାଭ ଦେ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀର ଉଦ୍ଦେଶ୍ୟ ଓ ଗୁରୁତ୍ବ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ଆଇଆରଏସ ସଂଘ ଓଡ଼ିଶାର ସାଧାରଣ ସମ୍ପାଦକ ସୁରେଶ ଶିବାନନ୍ଦନ ଏବଂ ଆୟକର କର୍ମଚାରୀ ସଂଘର ଓଡ଼ିଶା ମଣ୍ଡଳ ସାଧାରଣ ସମ୍ପାଦକ ଚିତ୍ତରଂଜନ ପଟ୍ଟନାୟକ ଏହି ଅବସରରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଆୟକର ଅଧିକାରୀଙ୍କୁ ସହକାରୀ କମିସନର ପଦକୁ ପଦୋନ୍ନତି ଦେବା, ସହକାରୀ କମିସନର ଓ ଯୁଗ୍କ କମିସନରମାନଙ୍କ ଆଡହକ୍ ପଦୋନ୍ନତିକୁ ସ୍ଥାୟୀ କରିବା, ଉଚିତ ସମୟରେ ପଦୋନ୍ନତି ଦେବା, ବେତନରେ ଥିବା ତାରତମ୍ୟ ସହିତ ପ୍ରତି ୟୁନିଟର ସମସ୍ୟା ସମ୍ପର୍କରେ ଦୁଇ ଦିନ ଧରି ଆଲୋଚନା ହେବା ସହିତ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ।

ସମ୍ବନ୍ଧିତ ଖବର