ଯନ୍ତ୍ରୀଙ୍କ ଘରୁ ୫୦ କୋଟି ଟଙ୍କା ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜେଶ୍ୱର ସିଂହ ଯାଦବ ନାମକ ଜଣେ ସରକାରୀ ଇଂଜିନିଅରଙ୍କ ଘରୁ ଆୟକର ବିଭାଗ ୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଇଂଜିନିଅର ଜଣକ ଉତ୍ତର ପ୍ରଦେଶର ଜଳସେଚନ ବିଭାଗରେ କାର୍ଯ୍ୟ କରନ୍ତି। ଆୟକର ବିଭାଗ ଦିଲ୍ଲୀ, ନଏଡା, ଗାଜିଆବାଦ, ଗୁରଗାଓଁ ଆଦି ୭ଟି ସହରର ୫୦ଟି ସ୍ଥାନରେ ଚଢ଼ଉ କରି ଏହି ସମ୍ପତ୍ତି ଠାବ କରିଛି। ୫୦ କୋଟିର ସମ୍ପତ୍ତି ମଧ୍ରରେ ଆୟକର ବିଭାଗ ୨.୫ କୋଟି ଟଙ୍କାର ନଗଦ ଅର୍ଥ ଏବଂ ଗହଣା ଜବତ କରିଛି। ଯାଦବଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଥିଲା। ଆୟକର ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ଇଂଜିନଅର ଜଣକ ତାଙ୍କ ଭାଇ ଓ ସମ୍ପର୍କୀୟଙ୍କ ନାମରେ ଜାଲ (ସେଲ୍‌) କମ୍ପାନି ଖୋଲି କାରବାର ଚଳାଇଥିଲେ। ବିମୁଦ୍ରାକରଣ ପରେ ଜଣେ ସରକାରୀ ଇଂଜିନିଅରଙ୍କ ଘରୁ ଏତେ ପରିମାଣର ସମ୍ପତ୍ତି ଆୟକର ବିଭାଗ ଠାବ ଏବଂ ଜବତ କରିବା ଚର୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର