ନୂଆଦିଲ୍ଲୀ: ଗୋଟିଏ ଦିନରେ ରେକର୍ଡ ପରିମାଣର ଆୟକର ରିଟର୍ଣ୍ଣ ଫାଇଲିଂ ହୋଇଥିବା ଆୟକର ବିଭାଗ ଦାବି କରିଛି। ଏଥି ସହିତ ଆୟକର ବିଭାଗ ଇତିହାସ ସୃଷ୍ଟି କରିଛି। ଗତ ଅଗଷ୍ଟ ୩୧ (ଶନିବାର) ରେକର୍ଡ ୪୯ ଲକ୍ଷ ୨୯ ହଜାର ଆୟକର ରିଟର୍ଣ୍ଣ (ଆଇଟିଆର୍) ଫାଇଲ୍ ହୋଇଛି। ଏହା ପୂର୍ବରୁ କୌଣସି ଗୋଟିଏ ଦିନରେ ଏତେ ଅଧିକ ପରିମାଣର ରିଟର୍ଣ୍ଣ ଫାଇଲ ହୋଇନଥିଲା। ଅଗଷ୍ଟ ମାସର ଶେଷ ପାଞ୍ଚ ଦିନରେ ୧.୫ କୋଟି ଆଇଟିଆର୍ ଫାଇଲ୍ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ କୁହାଯାଇଛି। ସିବିଡିଟି ଅନୁଯାୟୀ, ଅଗଷ୍ଟରେ ପ୍ରତି ସେକେଣ୍ଡ୍କୁ ୧୯୬ଟି, ମିନିଟ୍କୁ ୭୪୪୭ ଏବଂ ଘଣ୍ଟାକୁ ୩,୮୭,୫୭୧ ଆଇଟିଆର୍ ଫାଇଲିଂ ହୋଇଛି। ବହୁଳ ଭାବେ ବ୍ୟବହାର ହେଉଥିବା ସମୟରେ (ପିକ୍ ଆୱାର) ଆୟକର ବିଭାଗ ୱେବସାଇଟ୍କୁ ଅସ୍ଥିର କରିବାକୁ ପ୍ରୟାସ କରାଯାଇଥିଲା। ସେଭଳି ୨୨୦୫ ସନ୍ଦେହଜନକ ଆକ୍ରମଣକୁ ଆୟକର ବିଭାଗ ସଫଳତାର ସହ ରୋକିପାରିଛି। ଚଳିତ ବର୍ଷର ଆଇଟିଆର୍ ଫାଇଲିଂରେ ୪% ବୃଦ୍ଧି ହୋଇଛି। ଅଗଷ୍ଟ ୩୧ ସୁଦ୍ଧା ୫.୬୫ କୋଟି ଆଇଟିଆର୍ ଫାଇଲ୍ କରାଯାଇଛି। ଗତବର୍ଷ ୫.୪୨ କୋଟି ଆଇଟିଆର୍ ଫାଇଲ୍ ହୋଇଥିଲା।
ଆୟକର ବିଭାଗର ରେକର୍ଡ
/sambad/media/post_attachments/wp-content/uploads/2018/12/income-tax_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)