ଆୟକର ରିଟର୍ଣ୍ଣ ଦାଖଲର ଶେ‌ଷ ତାରିଖ ଘୁଞ୍ଚିପାରେ

ନୂଆଦିଲ୍ଲୀ: ପ୍ରତିବର୍ଷର ଜୁଲାଇ ୩୧ ହେଉଛି ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲର ଶେଷ ତାରିଖ। ଚଳିତ ବର୍ଷ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିପାରେ। କାରଣ ଫର୍ମ ୧୬ ଜାରି କରିବାର ଶେଷ ତାରିଖକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ପୂର୍ବରୁ ଏହା ଜୁନ୍ ୧୫ ତାରିଖ ଥିଲା। ଫର୍ମ ୧୬କୁ ନିଯୁକ୍ତିଦାତାମାନେ ଜାରି କରିଥାନ୍ତି। ସେହିପରି ଟିକସ ଡିଡକ୍ଟରମାନଙ୍କ ପାଇଁ ଫର୍ମ ୨୪କ୍ୟୁ ଦାଖଲର ଶେଷ ତାରିଖକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ପ୍ରଥମେ ଏହାର ଶେଷ ତାରିଖ ମେ’ ୩୧ ଥିଲା। ତାହାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଫର୍ମ ୨୪କ୍ୟୁର ତାରିଖକୁ ପୂର୍ବରୁ କେବଳ ଫନି ବାତ୍ୟା ଦ୍ବାରା ପ୍ରଭାବିତ ଓଡ଼ିଶା ପାଇଁ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର