ମୁମ୍ବାଇ: ମାର୍କେଟରେ ଅନେକ ବିସ୍କୁଟ ବ୍ରାଣ୍ଡ ଥିଲେ ମଧ୍ୟ ‘ପାର୍ଲେ-ଜି’ର ଚାହିଦା ଅଧିକ ରହିଛି। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଁଏ ଏହି ବିସ୍କୁଟ ଖାଇବାକୁ ପସନ୍ଦ କରିଥାନ୍ତି। ଶୁକ୍ରବାର ମୁମ୍ବାଇରେ ପାର୍ଲେ ଗ୍ରୁପ ଅନେକ ସ୍ଥାନରେ ଆୟକର ବିଭାଗ ଚଢ଼ାଉ କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ‘ପାର୍ଲେ-ଜିର ଗ୍ରାହକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

ତେବେ ଆୟକର ବିଭାଗ ପାର୍ଲେ ଗ୍ରୁପ ଉପରେ ଚଢ଼ାଉ କରି କ’ଣ ଯାଞ୍ଚ କରୁଛି ସେନେଇ ଖବର ଲେଖାହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା। ଯାଞ୍ଚ ଶେଷ ପରେ ଚଢ଼ାଉର କାରଣ ଜଣାପଡ଼ିବ। ସମ୍ପ୍ରତି ଆୟକର ବିଭାଗ ବିଶେଷ ଭାବେ ପାର୍ଲେ ଗ୍ରୁପର ଦସ୍ତାବିଜକୁ କଡ଼ାକଡ଼ି ଯାଞ୍ଚ କରୁଛି। 

ଗତବର୍ଷ ଅର୍ଥାତ ୨୦୨୩-୨୪ରେ ପାର୍ଲେ ଗ୍ରୁପକୁ ବ୍ୟବସାୟରେ ଦୁଇଗୁଣା ଲାଭ ମିଳିଥିଲା। ଏହି ଲାଭ ୧,୬୦୬.୯୫ରେ ପହଞ୍ଚିଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। 

ପାର୍ଲେର ଆରମ୍ଭ ୧୯୨୯ ମସିହାରେ ଆରମ୍ଭ ହୋଇଥିଲା। ୯୦ଦଶକର ପିଲାଙ୍କ ପ୍ରିୟ ଖାଦ୍ୟ ଥିଲା ଚା’ ପାର୍ଲେ ବିସ୍କୁଟ ନଚେତ ପାଣି ପାର୍ଲେ ବିସ୍କୁଟ। ୧୯୩୮ ମସିହାରେ ପାର୍ଲେ-ଗ୍ଲୁକୋ ନାମରେ ବିସ୍କୁଟ କମ୍ପାନିର ଆରମ୍ଭ ହୋଇଥିଲା। ପ୍ରଥମେ ଏହା ପାର୍ଲେ-ଜି ଥିଲା।

ଦେଶ ସ୍ବାଧୀନ ହେବାପରେ ଗ୍ଲୁକୋ ବିସ୍କୁଟର ପ୍ରଡକସନକୁ ବନ୍ଦ କରି ଦିଆଯାଇଥିଲା। କାରଣ ସେ ସମୟରେ ଦେଶରେ ଅନ୍ନ ସଙ୍କଟ ଦେଖା ଦେଇଥିଲା। ବିସ୍କୁଟ ତିଆରି କରିବାରେ ପ୍ରଚର ଗହମ ବ୍ୟବହାର କରାଯାଇଥାଏ ତେଣୁ ପାର୍ଲେ ବିସ୍କୁଟ ତିଆରି ବନ୍ଦ କରାଯାଇଥିଲା। ପରେ ପରିସ୍ଥିତି ଆୟତ୍ତକୁ ଆସିବା ପରେ କମ୍ପାନି ପୂର୍ବପରି ବିସ୍କୁଟ ତିଆରି କରିବା ଆରମ୍ଭ କରିଥିଲା।