ଆୟକର ହାରରେ ହୋଇପାରେ ବଡ଼ ପରିବର୍ତ୍ତନ, କମିବ ଆୟକର ବୋଝ

ନୂଆଦିଲ୍ଲୀ : ଭାରତ ସରକାର ବ୍ୟକ୍ତିଗତ ଆୟକର ହାରରେ କେତେକ ପରିବର୍ତ୍ତନ କରିପାରନ୍ତି । ଆୟକର ଢାଞ୍ଚାରେ ସଂସ୍କାର ନିମନ୍ତେ ଗଠିତ ସରକାରୀ ଟାସ୍କ ଫୋର୍ସ ଏ ନେଇ ସରକାରଙ୍କୁ କେତେକ ରିପୋର୍ଟ ଦେଇଛି । ଟାସ୍କ ଫୋର୍ସର ସୁପାରିଶ ଅନୁସାରେ ବର୍ଷକୁ ୫ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକମାନଙ୍କ ଟିକସ ବୋଝ କମିବ ।

ଟାସ୍କଫୋର୍ସ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ, ୫ରୁ ୧୦ ଲକ୍ଷ ଟଙ୍କା ଆୟ ଉପରେ ୧୦ ପ୍ରତିଶତ ଓ ବାର୍ଷିକ ୧୦ରୁ ୨୦ ଲକ୍ଷ ଟଙ୍କା ଆୟ ଉପରେ ୨୦ ପ୍ରତିଶତ ଆୟକର ଆଦାୟ ପାଇଁ ସୁପାରିଶ କରିଛି । ଏହାଛଡା ବାର୍ଷିକ ୨୦ ଲକ୍ଷରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୩୦ ପ୍ରତିଶତ ଆୟକର ପାଇଁ ସୁପାରିଶ କରାଯାଇଛି । ଏବେ ବର୍ଷକୁ ୫ରୁ ୧୦ ଲକ୍ଷ ଟଙ୍କା ରୋଜଗାର ଉପରେ ୨୦ ପ୍ରତିଶତ ଟିକସ ଆଦାୟ ହେଉଛି । କେନ୍ଦ୍ର ସରକାର ଗତ ବଜେଟରେ ବ୍ୟକ୍ତିଗତ ଆୟକର ଛାଡସୀମା ୫ ଲକ୍ଷକୁ ବୃଦ୍ଧି କରିଥିଲେ ।

ସମ୍ବନ୍ଧିତ ଖବର