ଟାଟା ସନ୍ସ ଏୟାରଇଣ୍ଡିଆ ନିଲାମରେ ବିଜୟୀ ହୋଇଥିବା ଖବରରେ ସତ୍ୟତା ନାହିଁ : ସରକାର

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନି ଏୟାରଇଣ୍ଡିଆ ନିଲାମରେ ଟାଟା ସନ୍ସ ବିଜୟୀ ହୋଇଛି ବୋଲି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି ।

ଏ ସମ୍ପର୍କରେ ଏକ ଟ୍ବିଟ କରି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ ପୁଞ୍ଜିନିବେଶ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି ଟାଟା ସନ୍ସ ଏୟାର ଇଣ୍ଡିଆ ନିଲାମରେ ବିଜୟୀ ହୋଇଛି ବୋଲି ଯେଉଁ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶିତ ହେଉଛି ସେଥିରେ ସତ୍ୟତା ନାହିଁ । ସରକାର ନିଷ୍ପତ୍ତି ସମ୍ପର୍କରେ ଯଥା ସମୟରେ ଗଣମାଧ୍ୟମକୁ ସୂଚୀତ କରାଯିବ ।

Image Courtesy of India Today

 

ସୂଚନାଯୋଗ୍ୟ ଯେ ଏୟାରଇଣ୍ଡିଆ ନିଲାମ ଦୌଡ଼ରେ ଟାଟା ସନ୍ସ ସବୁଠାରୁ ଆଗରେ ରହିଥିବା ଏକ ସମ୍ବାଦ ସରବରାହ ଏଜେନ୍ସି ରିପୋର୍ଟ ଦେଇଥିଲା ।

ଏହି  ନିଲାମ ଦୌଡରେ  ‘ସ୍ପାଇସ୍‌ଜେଟ୍‌ର ପୃଷ୍ଠପୋଷକ ଅଜୟ ସିଂହ ମଧ୍ୟ ଆବେଦନ କରିଥିଲେ। କିନ୍ତୁ, ‘ଏୟାର୍‌ ଇଣ୍ଡିଆ’କୁ ଅକ୍ତିଆର କରିବା ଲାଗି ‘ଟାଟା ସନ୍ସ୍‌’ ଅଧିକ ମୂଲ୍ୟ ଉଲ୍ଲେଖ କରିଥିବା କଥା ରିପୋର୍ଟରେ କୁହାଯାଇଥିଲା ।

ଗତ ବର୍ଷ ଡିସେମ୍ବର ମାସରେ ସରକାର ଏୟାର ଇଣ୍ଡିଆ ବିକ୍ରି ପାଇଁ ନିଲାମ ଡାକିଥିଲେ । ଏଥିପାଇଁ ୪ଟି ବିଡ୍ ପଡ଼ିଥିଲା । କିନ୍ତୁ ଚୂଡ଼ାନ୍ତ ପର୍ଯ୍ୟାୟରେ କେବଳ ଟାଟା ସନ୍ସ ଓ ଅଜୟ ସିଂ ଅଛନ୍ତି ।

ସମ୍ବନ୍ଧିତ ଖବର