ଆଲୁମିନିୟମ ବ୍ୟବହାର ଦୁଇ ଗୁଣ ବଢ଼ିବ

ଭୁବନେଶ୍ବର: ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ ଆଲୁମିନିୟମ ଉପଯୋଗ ବର୍ତ୍ତମାନର ୩.୬ ନିୟୁତ ଟନ୍‌ରୁ ବୃଦ୍ଧି ପାଇ ୭.୨ ନିୟୁତ ଟନ୍‌ରେ ପହଞ୍ଚିବ। ଏହି ପରିପ୍ରେକ୍ଷୀରେ ଆନୁଷଙ୍ଗିକ ଉଦ୍ୟୋଗ ଗୁଡ଼ିକ ଉପରେ ଗୁରୁତ୍ବ ପ୍ରଦାନ କରା ନଗଲେ ଆଗାମୀ ଦିନରେ ଭାରତକୁ ପ୍ରାୟ ୫ ବିଲିଅନ ଡଲାର ମୂଲ୍ୟର ଆନୁଷଙ୍ଗିକ ଉତ୍ପାଦ ଆମଦାନି କରିବାକୁ ପଡ଼ିବ ବୋଲି ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ‌କେନ୍ଦ୍ର ଖଣି ମନ୍ତ୍ରାଳୟ ଓ ଜବାହରଲାଲ ନେହରୁ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଆଲୁମିନିୟମ ନେଟୱାର୍କ ସମ୍ମିଳନୀ ୨୦୧୮ରେ ଉଦ୍‌ବୋଧନ ଦେଇ ଡ. ଚାନ୍ଦ ଏହା କହିଛନ୍ତି। ଏହି ସମ୍ମିଳନୀକୁ କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡ. କେ ରାଜେଶ୍ବର ରାଓ ଉଦ୍‌ଘାଟନ କରିଥିଲେ। ସମ୍ମିଳନୀରେ ଖଣି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଉଦ୍ୟୋଗ ଜଗତର ପ୍ରତିନିଧି , ବୈଷୟିକବିତ୍ ଆଦି ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର