ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆସନ୍ତା ଜୁଲାଇ-ସେପ୍ଟେମ୍ବର ତୈମାସିକ ଲାଗି କେତେକ ସ୍ବଳ୍ପ ସଞ୍ଚୟ ସ୍କିମ୍ ସୁଧରେ ୦.୩୦ ପ୍ରତିଶତ ବୃଦ୍ଧି କରାଯାଇଛି। ୧ ଓ ୨ ବର୍ଷିଆ ଡାକ ଘର ମିଆଦୀ ଜମା ଓ ୫ ବର୍ଷିଆ ରିକରିଂ ଜମାର ସୁଧ ବଢ଼ିଛି। ପବ୍ଲିକ୍ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ (ପିପିଏଫ୍) ସୁଧ ୭.୧ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ଜୁଲାଇ-ସେପ୍ଟେମ୍ବର ଅବଧିରେ ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍‌ରେ ୮.୨ ପ୍ରତିଶତ, ଜାତୀୟ ଆୟ ଖାତା ସ୍କିମ୍‌ରେ ୭.୪ ପ୍ରତିଶତ, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌ରେ ୭.୭ ପ୍ରତିଶତ, କିସନା ବିକାଶ ପତ୍ରରେ ୭.୫ ପ୍ରତିଶତ ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ୮ ପ୍ରତିଶତ ସୁଧ ମିଳିବ।