ମହାମାରୀ ପରେ ରେଳବାଇ ଆୟରେ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀର ପରବର୍ତ୍ତୀ ସମୟରେ ରେଳବାଇ ଆୟରେ ଉଲ୍ଲେଖନୀୟ ସୁଧାର ଘଟିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଯାତ୍ରୀ ସଂଖ୍ୟା ଓ ସେମାନଙ୍କ ଟିକଟରୁ ହେଉଥିବା ଆୟ ବଢ଼ିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଯାତ୍ରୀ ସେବାରୁ ରେଳବାଇ ୩୩,୯୪୪ କୋଟି ଟଙ୍କା ଆୟ କରିଥିଲା। ୨୦୨୨-୨୩ରେ ସେହି ଆୟ ୫୭,୬୨୨.୬୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରେଳ ଯାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ଅଣ ସଂରକ୍ଷିତ ଟିକଟ ବର୍ଗର ଯାତ୍ରୀମାନଙ୍କଠାରୁ ରେଳବାଇର ଆୟ ୧୨୮ ପ୍ରତିଶତ ବୃଦ୍ଧି ପାଇ ୧୧,୭୮୮ କୋଟି ଟଙ୍କା ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଏଭଳି ବର୍ଗର ଯାତ୍ରୀଙ୍କଠାରୁ ରେଳବାଇର ଆୟ ୨୫୫୫ କୋଟି ଟଙ୍କା ଥିଲା। ୨୦୨୧-୨୨ରେ ରେଳ ଯାତ୍ରୀଙ୍କ ସଂଖ୍ୟା ୩୦୬୩.୫୨ କୋଟି ଥିଲା। ୨୦୨୨-୨୩ରେ ସେମାନଙ୍କ ସଂଖ୍ୟା ୫୮୫୮.୩୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଟ୍ରେନ୍‌ରେ ମୋଟରଯାନ ପରିବହନରୁ ରେଳବାଇର ଆୟରେ ୬୯ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୧-୨୨ରେ ଗାଡ଼ି ପରିବହନ ଲାଗି ୨,୯୬୬ ରେକ୍ ଦିଆଯାଇଥିଲା ଯାହା ୨୦୨୨-୨୩ରେ ୫୦୧୫ ରେକ୍‌କୁ ବୃଦ୍ଧି ପାଇଛି। ୨୦୨୨-୨୩ରେ ୧୪୭୫ ନିୟୁତ ଟନ୍ ମାଲ ପରିବହନ କରି ରେଳବାଇ ୧.୬୫ ଲକ୍ଷ କୋଟି ଟଙ୍କା ଆୟ କରିବାକୁ ଯୋଜନା ରଖିଛି।

ସମ୍ବନ୍ଧିତ ଖବର