ମୁମ୍ବାଇ : ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଯୋଗୁଁ ଗତକାଲି ୨୭୦୨ ପଏଣ୍ଟ୍ ହ୍ରାସ ପାଇଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ସୂଚକାଙ୍କ ସେନ୍ସେକ୍ସରେ ବଡ଼ ଧରଣର ସୁଧାର ଦେଖିବାକୁ ମିଳିଛି। ଯୁଦ୍ଧ ଭୟକୁ ଭୁଲି ନିବେଶକମାନେ ସେୟାର କିଣିବା ଜାରି ରଖିବାରୁ ସେନ୍ସେକ୍ସ ଆଜି ୧,୩୨୮ ପଏଣ୍ଟ୍ ବୃଦ୍ଧି ପାଇ ୫୫,୮୫୯ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ର ସୂଚକାଙ୍କ ନିଫ୍ଟି ମଧ୍ୟ ୪୧୦ ପଏଣ୍ଟ୍ ବୃଦ୍ଧି ସହ ୧୬,୬୫୮ ପଏଣ୍ଟ୍ରେ ବନ୍ଦ ହୋଇଛି। ରୁଷିଆ ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କଠୋର କଟକଣା ଲଗାଇବା ପରେ ଆଜି ବିଶ୍ବର ବିଭିନ୍ନ ଦେଶରେ ଥିବା ଷ୍ଟକ ବଜାର କାରବାରରେ ସୁଧାର ଘଟିଥିଲା। ଯେହେତୁ ଭାରତର ଦୁଇ ଷ୍ଟକ ବଜାର ଖୋଲିବା ପୂର୍ବରୁ ପାଶ୍ଚାତ୍ୟ ଦେଶର କିଛି ପ୍ରମୁଖ ଷ୍ଟକ ବଜାର ଆଗୁଆ ଖୋଲିଥାଏ, ତେଣୁ ସେଠାକାର ପ୍ରତିଫଳନ ଭାରତରେ ଦେଖିବାକୁ ମିଳିଥାଏ। ବିଶ୍ବର ବିଭିନ୍ନ ସ୍ଥାନରେ ନିବେଶକମାନେ ଆଜି ଷ୍ଟକ ବଜାରରୁ ବିପୁଳ ସେୟାର କିଣିଥିଲେ। ସେହି ଧାରାରେ ଭାରତୀୟ ନିବେଶକମାନେ ମଧ୍ୟ ମନ ଖୋଲି କାରବାର କରିଥିଲେ। ଆଜି ସେନ୍ସେକ୍ସରେ ହୋଇଥିବା ବୃଦ୍ଧି ଯୋଗୁଁ ନିବେଶକମାନଙ୍କ ସମ୍ପତ୍ତିରେ ୭.୭୬ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ଗତକାଲି ସେମାନେ ୧୩.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇଥିଲେ। ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ସମସ୍ତ କଂପାନିର ମୋଟ ବଜାର ପୁଞ୍ଜି ୨୪୨.୨୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ସେନ୍ସେକ୍ସରେ ୧,୩୨୯ ପଏଣ୍ଟ୍ ବୃଦ୍ଧି
/sambad/media/post_attachments/wp-content/uploads/2021/12/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)