ସେନ୍‌ସେକ୍ସରେ ୧,୭୩୬ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ : ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି କଥାବାର୍ତାର ସମ୍ଭାବନା ସୃଷ୍ଟି ହେବା ପରେ ଷ୍ଟକ ବଜାରରେ ପୁଣି ଉତ୍ସାହ ଫେରିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍ କହିଛନ୍ତି ଯେ ଉତ୍ତେଜନା ହ୍ରାସ କରିବା ଲାଗି କୂଟନୈତିକ ମାଧ୍ୟମକୁ ଗ୍ରହଣ କରିବା ଉପରେ ରୁଷିଆ ଗୁରୁତ୍ବ ଦେବ। ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବା ଆଶଙ୍କା ଥିବାରୁ ଗତକାଲି ‌ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସରେ ୧୭୦୦ରୁ ଅଧିକ ପଏଣ୍ଟ୍‌ର ବଡ଼ ଧରଣର ହ୍ରାସ ଘଟିଥିଲା। ଗତକାଲି ହୋଇଥିବା କ୍ଷତି ଆଜି ଭରଣା ହୋଇଯାଇଛି। ନିବେଶକମାନେ ବିଭିନ୍ନ କଂପାନିର ସେୟାର କିଣିବାରୁ ସେନ୍‌ସେକ୍ସ ୧୭୩୬ ପଏଣ୍ଟ୍‌ ବୃଦ୍ଧି ପାଇ ୫୮,୧୪୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୫୧୦ ପଏଣ୍ଟ୍‌ ବୃଦ୍ଧି ପାଇ ୧୭,୩୫୨ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର