ବଢ଼ିବ ମନରେଗା ମଜୁରୀ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ର ମଜୁରୀ ବଢ଼ାଇବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଦେଶର ଅନେକ ରାଜ୍ୟର ସର୍ବନିମ୍ନ ମଜୁରୀ ପରିମାଣ ମନରେଗା ମଜୁରୀଠାରୁ ଅଧିକ ହୋଇଗଲାଣି। ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାର ମନରେଗା ମଜୁରୀକୁ ବିଭିନ୍ନ ରାଜ୍ୟର ସର୍ବନିମ୍ନ ମଜୁରୀ ସ୍ତର ପର୍ଯ୍ୟନ୍ତ ବଢ଼ାଇବା ଉପରେ ବିଚାର କରୁଛନ୍ତି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏକ ଉଚ୍ଚ ସ୍ତରୀୟ କମିଟି ସବୁ ଦିଗକୁ ଅନୁଧ୍ୟାନ କରିବା ପରେ ମନରେଗା ମଜୁରୀ କେତେ ବଢ଼ିବା ଦରକାର ତାହାର ସୁପାରିସ୍‌ କରିବ। ନିକଟରେ ନିତି ଆୟୋଗ ପକ୍ଷରୁ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ମନରେଗା ମଜୁରୀ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର