ନକଲି ୨୦୦,୫୦୦ ଓ ୨୦୦୦ ଟଙ୍କିଆ ନୋଟ ସଂଖ୍ୟା ବଢିଚାଲିଛି : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : କେନ୍ଦ୍ର ସରକାର ଗତ ୨୦୧୬ ନଭେମ୍ବର ମାସରେ ବିମୁଦ୍ରିକରଣ କରିବା ପରେ ନୂଆ ୫୦୦ ଓ ୨ ହଜାର ଟଙ୍କିଆ ନୋଟ ବଜାରକୁ ଛାଡିଥିଲେ । ସେତେବେଳେ ସରକାର ଦାବି କରିଥିଲେ ଯେ ଏଥିରେ ନୂଆ ସୁରକ୍ଷା ବ୍ୟବସ୍ଥା ରହିଛି ଓ ଏଗୁଡିକର ନକଲ କରିବା ସମ୍ଭବ ନୁହେଁ । ପ୍ରଥମ ୨ ବର୍ଷ ମଧ୍ୟ ଏଗୁଡିକର ନକଲି ବାହାରିବା କମିଗଲା । କିନ୍ତୁ ଏବେ ଏଗୁଡିକର ନକଲି ମଧ୍ୟ ବହୁଳ ମାତ୍ରାରେ ବାହାରୁଛି । ବର୍ଷକୁ ବର୍ଷ ନକଲି ନୋଟ ସଂଖ୍ୟା ବଢିଚାଲିଛି ।

ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ୨୦୧୮-୧୯ରେ ଚିହ୍ନଟ ହୋଇଥିବା ନକଲି ୫୦୦ ଟଙ୍କିଆ ସଂଖ୍ୟା ପ୍ରାୟ ୧୨୧ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଚିହ୍ନଟ ହୋଇଥିବା ନକଲି ୨ ହଜାର ଟଙ୍କିଆ ନୋଟ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୨୧.୯ ପ୍ରତିଶତ ବୃଦ୍ଧି ପାଇଛି । ନୂଆ ୨୦୦ ଟଙ୍କିଆ ନୋଟର ନକଲି ମଧ୍ୟ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ନକଲି ୨୦୦ ନୋଟ ସଂଖ୍ୟା ୨୦୧୭-୧୮ରେ ମାତ୍ର ୭୯ ଥିବାବେଳେ ୨୦୧୮-୧୯ରେ ତାହା ୧୨୭୨୮କୁ ବୃଦ୍ଧି ପାଇଛି । ଅବଶ୍ୟ ଚିହ୍ନଟ ହୋଇଥିବା ନକଲି ନୂଆ ୧୦୦ ଟଙ୍କିଆ ନୋଟ ସଂଖ୍ୟା ୭.୫ ପ୍ରତିଶତ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର