ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଏଟିଏମ୍ ବ୍ୟବହାର କରୁଥିବା ଲୋକମାନଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଜନ ଧନ ଯୋଜନା ଦ୍ବାରା ଅଧିକ ଲୋକମାନଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚିବା ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ଲୋକମାନଙ୍କ ପାଖରେ ସରକାରୀ ସ୍କିମ୍ର ଲାଭ ସିଧାସଳଖ ପହଞ୍ଚୁଥିବାରୁ ସେମାନେ ଟଙ୍କା ଉଠାଇବା ଲାଗି ଏକାଧିକ ଥର ଏଟିଏମ୍ରେ ପ୍ରବେଶ କରୁଛନ୍ତି। ଗ୍ରାମାଞ୍ଚଳରେ ମୁଖ୍ୟତଃ ହ୍ବାଇଟ୍ ଲାବେଲ୍ ଅପରେଟର’ମାନଙ୍କ ଏଟିଏମ୍ ଦେଖିବାକୁ ମିଳିଥାଏ। ୨୦୧୪ରେ ମୋଟ ଏଟିଏମ୍ କାରବାରରେ ହ୍ବାଇଟ୍ ଲାବେଲ୍ ଏଟିଏମ୍ର ଅବଦାନ ଦୁଇ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିଥିଲା। ଏବେ ତାହା ୧୨ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ସାତ ବର୍ଷ ଭିତରେ ଏଟିଏମ୍ କାର୍ଡ ରଖିଥିବା ଲୋକଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଇ ୮୬ କୋଟି ହୋଇଛି। ସେଥି ମଧ୍ୟରୁ ୩୦ କୋଟି ହେଉଛି ରୁପେ କାର୍ଡ ଯାହା ଜନ ଧନ ଖାତା ଯୋଜନାର ଗ୍ରାହକଙ୍କୁ ପ୍ରଦାନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ହ୍ବାଇଟ୍ ଲାବେଲ୍ ଏଟିଏମ୍ ମୂତୟନ କରିଥିବା ସଂସ୍ଥା ବିଟିଆଇ ପେମେଣ୍ଟସ୍ର ସିଇଓ କେ ଶ୍ରୀନିବାସ କହିଛନ୍ତି ଯେ ମହାମାରୀ ସତ୍ତ୍ବେ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଇଛି। ଏହାର ଏକ ମୁଖ୍ୟ କାରଣ ହେଉଛି ଲକ୍ଡାଉନ୍ ପାଇଁ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ କମ୍ ପ୍ରଭାବିତ ହୋଇଛି। ସାରା ଦେଶରେ ୨.୫ ଲକ୍ଷ ଏଟିଏମ୍ ରହିଥିବା ବେଳେ ୨୪,୧୯୫ଟି ହ୍ବାଇଟ୍ ଲାବେଲ୍ ଏଟିଏମ୍ ରହିଛି। ସାଧାରଣ ଏଟିଏମ୍ ସଂଖ୍ୟା ୩% ବଢ଼ିଥିବା ବେଳେ ହ୍ବାଇଟ୍ ଲାବେଲ୍ ଏଟିଏମ୍ ସଂଖ୍ୟାରେ ୧୪% ବୃଦ୍ଧି ହୋଇଛି।
ଜନ ଧନ ପାଇଁ ଗ୍ରାମାଞ୍ଚଳରେ ଏଟିଏମ୍ ବ୍ୟବହାରରେ ବୃଦ୍ଧି
/sambad/media/post_attachments/wp-content/uploads/2020/03/ATM.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)