ଭୁବନେଶ୍ୱର: ଲଗାତାର ୫ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ଏହି ୫ ଦିନ ମଧ୍ୟରେ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୬୬ ପଇସା ଏବଂ ଏବଂ ଡିଜେଲ ଦର ଲିଟର ପିଛା ୬୭ ପଇସା ମହଙ୍ଗା ହୋଇଗଲାଣି। ଚଳିତମାସ ୧ ତାରିଖରେ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରେଲ ଦର ୭୫ ଟଙ୍କା ୨୧ ପଇସା ଥିବାବେଳେ ଡିଜେଲ ଦର ଲିଟର ପିଛା ୭୨ ଟଙ୍କା ୭୪ ପଇସା ଥିଲା। କିନ୍ତୁ ଗତ ୨ ତାରିଖଠାରୁ ଏହା କ୍ରମାଗତ ଭାବେ ବଢ଼ିଚାଲିଛି। ୬ ତାରିଖ ବା ସୋମବାରରେ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୭୫ ଟଙ୍କା ୮୭ ପଇସାରେ ପହଞ୍ଚି ଯାଇଥିବାବେଳେ ଡିଜେଲ ଦର ୭୩ ଟଙ୍କା ୪୧ ପଇସାରେ ପହଞ୍ଚି ଯାଇଛି।
ପାଞ୍ଚ ଦିନ ହେଲା ବଢ଼ୁଛି ତେଲ ଦର
/sambad/media/post_attachments/wp-content/uploads/2018/05/oil-1.jpg)