ଇଜ୍‌ ଅଫ୍ ଡୁଇଙ୍ଗ୍ ବିଜନେସ୍ ରିପୋର୍ଟ, ନୂଆ ବ୍ୟବସାୟ ଆରମ୍ଭରେ ଭାରତ ପଛୁଆ

ନୂଆଦିଲ୍ଲୀ: ବିଶ୍ବବ୍ୟାଙ୍କ ପକ୍ଷରୁ ଇଜ୍‌ ଅଫ୍ ଡୁଇଙ୍ଗ୍ ବିଜନେସ୍ ରୢାଙ୍କ୍‌ ନିକଟରେ ପ୍ରକାଶ ପାଇଛି। ଏହି ରୢାଙ୍କିଙ୍ଗ୍‌‌ରେ ଭାରତ ଯଥେଷ୍ଟ ଅଗ୍ରଗତି ହାସଲ କରିଛି। ଗତବର୍ଷ ତୁଳନାରେ ୧୪ଟି ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନରେ ରହିଛି। ରୢାଙ୍କିଙ୍ଗ୍‌ରେ ଉନ୍ନତି ଆସିଥିଲେ ମଧ୍ୟ ନୂଆ ବ୍ୟବସାୟ ଆରମ୍ଭରେ ଭାରତର ସ୍ଥାନ ଭଲ ନଥିବା ଏହି ରିପୋର୍ଟରେ କୁହାଯାଇଛି। ଭାରତର ରୢାଙ୍କିଙ୍ଗରେ ଆଖିଦୃଶିଆ ଉନ୍ନତି ଆସିବାର ଏକ ପ୍ରମୁଖ କାରଣ ହେଲା ଆଇବିସି କୋଡ୍‌ କାର୍ଯ୍ୟକାରୀ ହେବା। ସେହିଭଳି ନିର୍ମାଣ ପାଇଁ ଅନୁମତି ଏବଂ ସୀମା ପାର ବାଣିଜ୍ୟ ସୂଚୀରେ ଭାରତର ସ୍ଥିତି ଭଲ ହେବାରେ ଲାଗିଛି। ଏଥିସହିତ ସରକାର ଗତ କିଛିବର୍ଷ ହେଲା ଢାଞ୍ଚାଗତ ପରିବର୍ତ୍ତନ ପାଇଁ ନେଇଥିବା ପଦକ୍ଷେପର ସୁଫଳ ମିଳିଥିବାରୁ ଭାରତର ରୢାଙ୍କ୍‌ରେ ଉନ୍ନତି ଆସିଛି। ତେବେ ନୂଆ ବ୍ୟବସାୟ ଆରମ୍ଭ କରିବା କ୍ଷେତ୍ରରେ ଭାରତ ପଛରେ ପଡ଼ିଯାଇଛି।

ସମ୍ବନ୍ଧିତ ଖବର