ଭାରତରୁ ରପ୍ତାନୀ ବନ୍ଦ ହେବା ପରେ ସମଗ୍ର ଏସିଆରେ ପିଆଜ ଦର ଆକାଶଛୁଆଁ

ନୂଆଦିଲ୍ଲୀ : ଭାରତରେ ବଢିଚାଲିଥିବା ପିଆଜ ଦର ଏବେ ସାଧାରଣ ଖାଉଟିଙ୍କ ଆଖିରେ ଲୁହ ଆଣିଛି । ଆଗକୁ ମହାରାଷ୍ଟ୍ର, ହରିୟାଣାରେ ବିଧାନସଭା ନିର୍ବାଚନ ଥିବାରୁ ସରକାରଙ୍କ ମୁଣ୍ଡବ୍ୟଥା ମଧ୍ୟ ବଢିଯାଇଛି । ଦେଶରେ ପିଆଜର ଉପଲବ୍ଧତା ବଢାଇବା ଲାଗି ସରକାର ଗତ ରବିବାର ଦିନ ପିଆଜ ରପ୍ତାନୀକୁ ବନ୍ଦ କରିଦେଇଛନ୍ତି ।

ଏହା ଫଳରେ ସମଗ୍ର ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସିଆରେ ପିଆଜ ଦର ହଠାତ ବଢିଯାଇଛି । ଭାରତ ସମଗ୍ର ବିଶ୍ୱରେ ବୃହତ୍ତମ ପିଆଜ ରପ୍ତାନିକାରୀ ଦେଶ ହୋଇଥିବାରୁ ଭାରତରୁ ପିଆଜ ନ ଆସିବା ଦ୍ୱାରା ବାଂଲାଦେଶ, ଶ୍ରୀଲଙ୍କା,ନେପାଳ, ମାଲେସିଆ, ଥାଇଲାଣ୍ଡ ଆଦି ଦେଶରେ ପିଆଜର ଦର ବଢିଯାଇଛି । ଏସବୁ ଦେଶମାନେ ଚୀନ, ଇଜିପ୍ଟ ଓ ପାକିସ୍ତାନ ପରି ଦେଶରୁ ପିଆଜ ଆମଦାନି ବଢାଇଦେଇଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ । ତେବେ ଏହି ସ୍ଥିତି ସାମୟିକ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି । କାରଣ ଭାରତରେ ବର୍ଷା କମିଥିବାରୁ ଫସଲ ଅମଳ ଆଗରେ ଥିବା ପ୍ରତିବନ୍ଧକ ଦୂର ହୋଇଛି । ଆଉ କିଛି ଦିନ ମଧ୍ୟରେ ବଜାରକୁ ନୂଆ ଫସଲ ଆସିବା ପରେ ପିଆଜର ଦର କମିବା ଆରମ୍ଭ କରିବ ।

ସମ୍ବନ୍ଧିତ ଖବର