ନୂଆଦିଲ୍ଲୀ: ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ସୃଷ୍ଟି କରିବାରେ ଚୀନ୍କୁ ପଛରେ ପକାଇ ଦେଇଛି ଭାରତ। ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଭାରତ ୧୪ ୟୁନିକର୍ଣ୍ଣ ସୃଷ୍ଟି କରିଥିବା ବେଳେ ଚୀନ୍ ୧୧ରେ ସୀମିତ ରହିଛି। ଯେଉଁ ଷ୍ଟାର୍ଟଅପ୍ ସଂସ୍ଥାର ମୂଲ୍ୟ ୧୦୦ କୋଟି ଡଲାରରୁ ଅଧିକ ହୋଇଯାଏ ତାହାକୁ ୟୁନିକର୍ଣ୍ଣ ଘୋଷଣା କରାଯାଉଛି। ହୁରୁନ ଗ୍ଲୋବାଲ ୟୁନିକର୍ଣ୍ଣ ସୂଚୀ ୨୦୨୨ ଅନୁଯାୟୀ, ଛଅ ମାସରେ ଆମେରିକାରେ ସର୍ବାଧିକ ୧୩୮ୟନିକର୍ଣ୍ଣ ସୃଷ୍ଟି ହୋଇଛନ୍ତି। ପିଡବ୍ଲୁସି ରିପୋର୍ଟ ଅନୁଯାୟୀ ଏହା ପୂର୍ବରୁ ୨୦୨୦-୨୧ର ତୃତୀୟ ତ୍ରୈମାସିକରେ ଭାରତ ୧୦ ୟୁନିକର୍ଣ୍ଣ ସୃଷ୍ଟି କରିଥିବା ବେଳେ ଚୀନ୍ ଓ ହଂକଂ ୭ଟି ଲେଖାଏଁ ୟୁନିକର୍ଣ୍ଣ ସୃଷ୍ଟି କରିଥିଲେ। ବିଶ୍ବ ତାଲିକାରେ ୬୨୫ ୟୁନିକର୍ଣ୍ଣ ସହ ଆମେରିକା ପ୍ରଥମ, ୩୧୨ ସହ ଚୀନ୍ ଦ୍ବିତୀୟ ଓ ୬୮ଟି ୟୁନିକର୍ଣ୍ଣ ସହ ଭାରତ ତୃତୀୟ ସ୍ଥାନରେ ରହିଛି।
ୟୁନିକର୍ଣ୍ଣ ସୃଷ୍ଟିରେ ଚୀନ୍କୁ ଟପିଲା ଭାରତ
/sambad/media/post_attachments/wp-content/uploads/2022/09/ind-vs-china.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)