ଏଲ୍‌ ପି ଜି ଆମଦାନିରେ ଚୀନ୍‌କୁ ଟପିଲା ଭାରତ

ସିଙ୍ଗାପୁର: ଲିକୁଇଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌ ବା ଏଲ୍‌ ପି ଜି ଆମଦାନିରେ ଏ ମାସରେ ଭାରତ ଚୀନ୍‌କୁ ଟପି ଯିବାକୁ ବସିଛି। ମାର୍କେଟିଂ ରିସର୍ଚ୍ଚ ସଂସ୍ଥା ଟମ୍‌ସନ୍‌ ରଏଟର୍ସ ଏଇକନର ଆକଳନ ଅନୁସାରେ ଡିସେମ୍ବର ମାସରେ ଭାରତକୁ ୨. ୪ ମିଲିୟନ୍‌ ଟନ୍‌ ଏଲ୍‌ ପି ଜି ପରିବହନ କରାଯିବ। ପ୍ରଥମ ଥର ଲାଗି ଭାରତ ଏଲ୍‌ ପି ଜି ଆମଦାନିରେ ଶୀର୍ଷରେ ଥିବା ଚୀନ୍‌ ଠାରୁ ଏହା ୨. ୩ ମିଲିୟନ୍‌ ଟନ୍‌ ଅଧିକ ଗ୍ୟାସ୍‌ ଆମଦାନି କରିଛି।

ଭାରତରେ ଏଲ୍‌ ପି ଜି ଚାହିଦାର ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ। ୨୦୧୫ରେ ରିହାତି ଦିଆ ପାଉଉଥିବା ଗ୍ରାହକ ସଂଖ୍ୟା ୧୪୦ ମିଲିୟନ୍‌ ଥିବାବେଳେ ତାହା ୧୮୧ ମିଲିୟନ୍‌ରେ ପହଞ୍ଚିଛି ବୋଲି ଡୋରିୟାନ୍‌ସ୍ଥିତ ମୁଖ୍ୟ ଅର୍ଥନୈତିକ ଅଧିକାରୀ ଟେଡ୍‌ ୟଙ୍ଗ୍‌ କହିଛନ୍ତି। ବିଶ୍ୱର ଅନ୍ୟତମ ବୃହତ୍‌ ଏଲ୍‌ ପି ଜି ପରିବହନକାରୀ ଆମେରିକୀୟ କମ୍ପାନି ଡୋରିୟାନ୍‌ର ୨୨ ଟି ଟ୍ୟାଙ୍କର୍‌ ଥିବା ପୋତ ରହିଛି।

ପ୍ରୋପେନ୍‌ ଏବଂ ବୁଟେନ୍‌ ଗ୍ୟାସ୍‌ରେ ପ୍ରସ୍ତୁତ ଏଲ୍‌ ପି ଜି ରନ୍ଧନ ଏବଂ ପରିବହନ କାର୍ଯ୍ୟରେ ବ୍ୟବହୃତ ହେବ ସହ ପେଟ୍ରୋକେମିକାଲ୍‌ ଶିଳ୍ପରେ ମଧ୍ୟ ବ୍ୟବହୃତ ହୁଏ।

Image Courtesy of The New Indian Express

୨୦୧୭ ମସିହାରେ ଭାରତ ମାସକୁ ହାରାହାରି ୧. ୭ ମିଲିୟନ୍‌ ଟନ୍‌ ଏଲ୍‌ ପି ଜି ଆମଦାନି କରି ଚୀନ୍‌ ଠାରୁ ୨. ୨ ମିଲିୟନ୍‌ ଟନ୍‌ ପଛରେ ରହିଥିଲା।

ସମ୍ବନ୍ଧିତ ଖବର