ତେଲ ପାଇଁ ଏକାଠି ହେବେ ଭାରତ, ଚୀନ୍‌

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍‌ ଓ ଡିଜେଲ ଦର ଉଚ୍ଚ ସ୍ତରରେ ରହିଛି। ଏହାର ଏକ ବଡ଼ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ତେଲ ଦର ୮୦ ଡଲାର ପାଖାପାଖି ପହଞ୍ଚିଯାଇଛି। ଯଦି ଭାରତକୁ ଶସ୍ତାରେ ଅଶୋଧିତ ତେଲ ମିଳିଯିବ ତେବେ ସ୍ଥାନୀୟ ବଜାରରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଆଉ କିଛି ଟଙ୍କା କମ୍‌ ହୋଇପାରିବ। ତେଲ ଉତ୍ପାଦନ କରୁଥିବା ଆରବ ଦେଶର ରାଷ୍ଟ୍ରଗୁଡ଼ିକର ସମୂହ ଓପେକ୍‌ଠାରୁ ଭାରତ ନିଜ ଆବଶ୍ୟକତାର ଅଧିକାଂଶ ତେଲ କିଣୁଛି। ଓପେକ୍‌ ପକ୍ଷରୁ ଜାଣିଶୁଣି ତେଲ ଦର ବଢ଼ାଇ ଦିଆଯିବା ପରେ ଆମଦାନି କରି ତେଲ ଆବଶ୍ୟକତା ପୂରଣ କରୁଥିବା ସବୁ ରାଷ୍ଟ୍ର ଅସୁବିଧା ସାମ୍ନା କରୁଛନ୍ତି। ଏସିଆର ଦୁଇ ବଡ଼ ଦେଶ ଚୀନ୍‌ ଓ ଭାରତକୁ ଏହା ଅଧିକ ପ୍ରଭାବିତ କରିଛି।

• ଗଠନ କରିବେ ‘କ୍ରେତା କ୍ଲବ୍‌’

• ଓପେକ୍‌୍‌ ସହ ମୂଲଚାଲ କରିବେ

ଓପେକ୍‌ ସହିତ ଅଧିକ ମୁଲଚାଲ କରିବା ପାଇଁ ଭାରତ ଓ ଚୀନ୍‌ ଏକାଠି ହେବା ଉପରେ ବିଚାର କରୁଛନ୍ତି। ଉଭୟ ରାଷ୍ଟ୍ର ମିଶି ଏକ ‘କ୍ରେତା କ୍ଲବ୍‌’ ଗଠନ କରିବେ। ତାହା ଓପେକ୍‌ ସହିତ ତେଲକୁ ନେଇ ଅଧିକ ମୂଲଚାଲ କରିବ। ଏହି କ୍ଲବ୍‌ରେ ଜାପାନ ଓ ଦକ୍ଷିଣ କୋରିଆକୁ ସାମିଲ କରିବା ଉପରେ ମଧ୍ୟ ବିଚାର ବିମର୍ଶ ଚାଲିଛି। ଏସିଆରେ କ୍ରେତା କ୍ଲବ୍‌ ଗଠନ କରିବାର କ’ଣ ସମ୍ଭାବନା ରହିଛି ସେ ବିଷୟରେ ଆଲୋଚନା କରିବା ପାଇଁ ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ସଞ୍ଜୀବ ସିଂହ ବେଜିଂ ଗସ୍ତ କରି ସେଠାରେ ଚୀନା ନ୍ୟାସନାଲ୍‌ ପେଟ୍ରୋଲିୟମ୍‌ କର୍ପୋରେସନ୍‌ (ସିଏନ୍‌ପିସି)ର ଅଧ୍ୟକ୍ଷ ୟାଙ୍ଗ୍‌ ୟିଲିନ୍‌ଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର