ଇରାନରୁ ତେଲ କିଣିବନି ଭାରତ!

ଆମେରିକା ଚାପ

ନୂଆଦିଲ୍ଲୀ ଆମେରିକା ପକ୍ଷରୁ ଇରାନ ଉପରେ ଲଗାଯାଇଥିବା କଟକଣା ନଭେମ୍ବର ୪ରୁ ଲାଗୁ ହେବ। ଏହା ପରେ ଭାରତ ଆଉ ଇରାନ ତେଲ କିଣିବ ନାହିଁ।
ଦେଶର ପ୍ରମୁଖ ତେଲ କଂପାନିଗୁଡ଼ିକ ନଭେମ୍ବର ପାଇଁ ଇରାନ ତେଲ ବୁକିଙ୍ଗ କରିନାହାନ୍ତି। ‌ଇଣ୍ଡିଆନ୍ ଅଏଲ୍ ଓ ଭାରତ ପେଟ୍ରୋଲିୟମ୍ ପକ୍ଷରୁ କୌଣସି ବୁକିଙ୍ଗ କରାଯାଇନାହିଁ। କେଉଁ କାରଣ ପାଇଁ କଂପାନିଗୁଡ଼ିକ ଇରାନ ତେଲ କିଣିବାକୁ ନଭେମ୍ବର ପାଇଁ ବୁକିଙ୍ଗ କରିନାହାନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଇରାନରୁ ତେଲ ଆମଦାନି ଧୀରେ ଧୀରେ କମ୍ ହେଉଥିବାରୁ ବିଶ୍ବ ବଜାରରେ ଅଶୋଧିତ ତେଲର ଅଭାବ ଦେଖା‌ଦେଇଛି। ସେଥିପାଇଁ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୮୦ ଡଲାରରୁ ଅଧିକ ହୋଇଗଲାଣି। ନଭେମ୍ବରରୁ ଇରାନ ତେଲ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଏହି ଦର ଆହୁରି ଅଧିକ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଇରାନରୁ ତେଲ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ତେଲର ଯେଉଁ ଅଭାବ ଦେଖାଦେବ ତାହାକୁ କିଛି ହାତ ଗଣତି ଦେଶ ପୂରଣ କରିପାରିବେ। କେବଳ ସାଉଦି ଆରବ, ରୁଷିଆ ଓ ୟୁଏଇ ପାଖରେ ଅଧିକ ତେଲ ଉତ୍ପାଦନ କରିବାର କ୍ଷମତା ରହିଛି। କିନ୍ତୁ ସେମାନେ ଉତ୍ପାଦନ ବଢ଼ାଇବେ ନାହିଁ ବୋଲି ଆଗୁଆ କହିସାରିଛନ୍ତି। ଯଦି ଏହି ତିନି ଦେଶ ନିଜ ଜିଦ୍‌ରେ ଅଟଳ ରହିବେ ତେବେ ତେଲ ଦର ହୁ ହୁ ହୋଇବଢ଼ିବ।

ଇରାନ ଉପରେ ଆମେରିକାର କଟକଣା ଯୋଗୁ ଅଶୋଧିତ ତୈଳ ଦର ୧୦୦ ଡଲାରରୁ ଅଧିକ ହୋଇଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଶେଷ ଥର ପାଇଁ ୨୦୧୪ରେ ତେଲ ଦରକୁ ଏହି ସ୍ତରରେ ଦେଖିବାକୁ ମିଳିଥିଲା। ଆମେରିକା ଚାପରେ ଜାପାନ ଓ ଦକ୍ଷିଣ କୋରିଆ ଇରାନରୁ ତେଲ କିଣିବା ବନ୍ଦ କରିସାରିଲେଣି।ନୂଆଦିଲ୍ଲୀ, ୨୬/୯: ବିପୁଳ ପରିମାଣ ବ୍ୟାଙ୍କ ଋଣ ପରିଶୋଧ କରିବାରେ ବିଫଳ ହୋଇଥିବା ଭିଡିଓକନ୍‌କୁ ଦେବାଳିଆ ‌େଘାଷଣା କରାଯିବା ସହିତ ତାହାର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଭିଡିଓକନ୍‌ର ଇଲେକ୍‌ଟ୍ରୋନକ୍ସ କାରବାର ଦେବାଳିଆ ହୋଇଛି। ଏହାକୁ କିଣିବା ପାଇଁ ତିନିଟି ବଡ଼ କଂପାନି ଦୌଡ଼ରେ ସାମିଲ ହୋଇଛନ୍ତି। ସେମାନେ ହେଉଛନ୍ତି ହାୟର, ବ୍ଲାକ୍‌‌େ‌ଷ୍ଟାନ୍‌ ଓ ଗୋଲ୍ଡମ୍ୟାନ୍‌ ସଚ୍‌ସ। ମଙ୍ଗଳବାର ଠାରୁ ଭିଡିଓକନ୍‌ ଇଲେକ୍‌ଟ୍ରୋନିକ୍ସ କାରବାରର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। କଂପାନିକୁ ଋଣ ଦେଇଥିବା ଆର୍ଥିକ ସଂସ୍ଥା ସହିତ ଦୌଡ଼ରେ ସାମିଲ ହୋଇଥିବା ତିନି ସଂସ୍ଥା କଥାବାର୍ତା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର