ସ୍ବାଧୀନତା ପରଠାରୁ ପ୍ରଥମ ଥର ପାଇଁ ମାନ୍ଦାବସ୍ଥାରେ ପ୍ରବେଶ କଲା ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଭାରତୀୟ ଅର୍ଥନୀତିକୁ ଗୁରୁତର କ୍ଷତି ପହଞ୍ଚାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୨୩.୯ ପ୍ରତିଶତ ହ୍ରାସ ପାଇଥିବା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨ୟ ତିନିମାସରେ ୭.୫ ପ୍ରତିଶତ ହ୍ରାସ ପାଇଛି । ଏହାଫଳରେ ଭାରତୀୟ ଅର୍ଥନୀତି ସ୍ବାଧୀନତା ପରଠାରୁ ପ୍ରଥମ ଥର ପାଇଁ ମାନ୍ଦାବସ୍ଥାରେ ପ୍ରବେଶ କରିଛି । କରୋନା ସମୟରେ ଚୀନକୁ ଛାଡ଼ିଦେଲେ ବିଶ୍ବର ପ୍ରାୟ ସମସ୍ତ ପ୍ରମୁଖ ଅର୍ଥନୀତିଗୁଡ଼ିକର ଅଭିବୃଦ୍ଧି ଧୀମା ହୋଇଛି । ମାତ୍ର ଭାରତର ଅଭିବୃଦ୍ଧି ସବୁଠାରୁ ଖରାପ ରହିଛି । ତେବେ ଚୀନର ଅର୍ଥନୀତି ୨ୟ ତିନିମାସରେ ୪.୯ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି ।

ଅର୍ଥନୀତିର ଅଭିବୃଦ୍ଧି କ୍ରମାଗତ ୨ଟି ତିନିମାସରେ ହ୍ରାସ ପାଇଲେ ତାହା ମାନ୍ଦାବସ୍ଥାରେ ପ୍ରବେଶ କଲା ବୋଲି କୁହାଯାଏ । ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ମଧ୍ୟ ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥାରେ ପ୍ରବେଶ କରିଥିବା କହିଥିଲା । ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ଅଭିବୃଦ୍ଧି ୯.୫ ପ୍ରତିଶତ ହ୍ରାସ ପାଇବ ବୋଲି ଆରବିଆଇ ଅଟକଳ କରିଥିଲା ।

ସମ୍ବନ୍ଧିତ ଖବର