ନୂଆଦିଲ୍ଲୀ: ଉତ୍ତର ପୂର୍ବ ଭାରତରେ ଚୀନ୍ର ଉପସ୍ଥିତି ବଢ଼ାଇବା ସପକ୍ଷରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ୍ ଯୁକ୍ତି ବାଢ଼ିବା ପରେ ବାଂଲାଦେଶ ସହ ହୋଇଥିବା ଟ୍ରାନ୍ସ ସିପ୍ମେଣ୍ଟ ରାଜିନାମାକୁ ଭାରତ ରଦ୍ଦ କରିଛି। ଫଳରେ କୌଣସି ତୃତୀୟ ପକ୍ଷ ରାଷ୍ଟ୍ରକୁ ରପ୍ତାନି ପାଇଁ ଜିନିଷକୁ ବନ୍ଦର ଓ ବିମାନବନ୍ଦର ପର୍ଯ୍ୟନ୍ତ ନେବା ଲାଗି ଭାରତୀୟ ଭୂପୃଷ୍ଠ ସୀମା ଶୁଳ୍କ ଷ୍ଟେସନକୁ ବାଂଲାଦେଶ ବ୍ୟବହାର କରିପାରିବ ନାହିଁ। ୨୦୨୦ ଜୁନ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷର ହୋଇଥିଲା।
ଏହାକୁ ବ୍ୟବହାର କରି ବାଂଲାଦେଶ ସୁବିଧାରେ ଏହାର ଜିନିଷ ଭୂଟାନ, ନେପାଳ ଓ ମିଆଁମାର ପଠାଇପାରୁଥିଲା। ସେହି ରାଜିନାମାକୁ ତତ୍କାଳ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/10/kk9T0gxEgG4Mta61A6BA.jpg)