ୱାସିଂଟନ : ଭାରତ ସ୍ବାଧୀନ ହେବାର ୭୫ ବର୍ଷରେ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି ପାଲଟିଛି। ଉପନିବେଶବାଦ ଭାରତକୁ ଏକ ଗରିବ ଦେଶରେ ପରିଣତ କରିଥିଲା। କିନ୍ତୁ ୭୫ ବର୍ଷ ଭିତରେ ଭାରତ ଏକ ଗରିବ ଦେଶରୁ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହୋଇପାରିଛି ବୋଲି ଆମେରିକା ଗସ୍ତରେ ଥିବା ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଶନିବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
ଅଷ୍ଟାଦଶ ଶତାବ୍ଦୀରେ ବିଶ୍ବର ମୋଟ ଜିଡିପି( ମୋଟ ଘରୋଇ ଉତ୍ପାଦ)ରେ ଭାରତର ଯୋଗଦାନ ଏକ ଚତୁର୍ଥାଂଶ ରହିଥିଲା। ବିଂଶ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ଉପନିବେଶ କାରଣରୁ ଭାରତ ବିଶ୍ବର ଏକ ଗରିବ ଦେଶ ହୋଇଯାଇଥିଲା। କିନ୍ତୁ ସ୍ବାଧୀନତାର ୭୫ ବର୍ଷରେ ଭାରତ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି ଭାବେ ସଗର୍ବେ ଠିଆ ହୋଇଛି। ସ୍ବତନ୍ତ୍ର ‘ଇଣ୍ଡିଆ@୭୫’ ସୋ’କେସିଂ ଇଣ୍ଡିଆ-ୟୁଏନ୍ ପାର୍ଟନରସିପ୍ ଇନ୍ ଆକ୍ସନ’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଜୟଶଙ୍କର ଉପରୋକ୍ତ ମତ ରଖିଛନ୍ତି। କୋଭିଡ-୧୯ ବିରୋଧରେ ଭାରତ କରିଥିବା ଲଢ଼େଇ ସହିତ ଅନ୍ୟାନ୍ୟ ସଫଳତା ବିଷୟରେ ବଖାଣିଛନ୍ତି। ସଂପ୍ରତି ଡିଜିଟାଲ ପ୍ରଯୁକ୍ତି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସଫଳ କରିଛି। ୪୦ କୋଟି ଲୋକ ନିୟମିତ ଭାବେ ଖାଦ୍ୟସାମଗ୍ରୀ ପାଉଛନ୍ତି ଏବଂ ୨୦୦ କୋଟିରୁ ଅଧିକ କୋଭିଡ-୧୯ ଟିକା ଡୋଜ୍ ଭାରତ ଦେଇଛି।
ଜାତିସଂଘ ସହିତ ଭାରତର ସଂପର୍କକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ପୃଥିବୀ ପାଇଁ ଏକ ଉଜ୍ଜ୍ବଳ ଭବିଷ୍ୟତକୁ ନିଶ୍ଚିତ କରିବା ଲାଗି ଏହା ଆବଶ୍ୟକ। ଜାତିସଂଘର ଚାର୍ଟରରେ ଥିବା ନୀତିରେ ଭାରତର ପୂର୍ଣ୍ଣ ବିଶ୍ବାସ ରହିଛି। ଆମ ମତରେ ସମଗ୍ର ବିଶ୍ବ ଗୋଟିଏ ପରିବାର। ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟକୁ ଆଗକୁ ନେଇପାରିଲେ ଜାତିସଂଘ ଆହୁରି ବଡ଼ ଶକ୍ତିରେ ପରିଣତ ହୋଇପାରିବ ବୋଲି ଜୟଶଙ୍କର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/s-jaisankar.jpg)