ନୂଆଦିଲ୍ଲୀ: ଭୟଙ୍କର ଆତର୍ଇକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ଆଜି ୪୦ ହଜାର ମେଟ୍ରିକ ଟନର ଡିଜେଲ ଯୋଗାଇ ଦେଇଛି। ଗତମାସରେ ଭାରତ ଶ୍ରୀଲଙ୍କାକୁ ଅତିରିକ୍ତ ୫୦୦ ନିୟୁତ ଡଲାର ମୂଲ୍ୟର କ୍ରେଡିଟ ଲାଇନ ଯୋଗାଇ ଦେଇଥିଲା। ଏହି କ୍ରେଡିଟ୍ ଲାଇନ ଅଧୀନରେ ଭାରତ ଉକ୍ତ ଡିଜେଲ ଯୋଗାଇଛି ବୋଲି ଭାରତର ଉଚ୍ଚାୟୁକ୍ତ ଟ୍ବିଟ୍ କରିଛନ୍ତି। ଗତ ଶୁକ୍ରବାର ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଚାଉଳ, ଔଷଧ ଏବଂ ଦୁଗ୍ଧ ଗୁଣ୍ଡ ଆଧି ଜରୁରୀ ରିଲିଫ୍ ସାମଗ୍ରୀ ଧରି ଭାରତରୀ ଏକ ଜାହାଜ ଶ୍ରୀଲଙ୍କା ଆସୁଛି। ରବିବାର ଏହା କଲମ୍ବୋ ବନ୍ଦରରେ ପହଞ୍ଚିବ। ଜରୁରୀ ସାମଗ୍ରୀ ବୋଝେଇ ଉକ୍ତ ଜାହାଜର ଯାତ୍ରା ଶୁଭାରମ୍ଭ ଚେନ୍ନାଇ ବନ୍ଦରରେ ଗତ ବୁଧବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ପତାକା ଦେଖାଇ କରିଥିଲେ। ଏହି ଜାହାଜରେ ୯୦୦୦ ମେଟ୍ରିକ ଟନ ଚାଉଳ, ୨୦୦ ମେଟ୍ରିକ ଟନ ଦୁଗ୍ଧ ଗୁଣ୍ଡ ଏବଂ ୨୪ ମେଟ୍ରିକ ଟନ ଜୀବନ ରକ୍ଷାକାରୀ ଔଷଧ ପଠାଯାଇଛି। ଏସବୁର ମୂଲ୍ୟ ଶ୍ରୀଲଙ୍କା ମୁଦ୍ରାରେ ୨ ବିଲିଅନ ଟଙ୍କା ବା ପ୍ରାୟ ୫.୬ ନିୟୁତ ଆମେରିକୀୟ ଡଲାର ହେବ ବୋଲି କୁହାଯାଇଛି। ଶ୍ରୀଲଙ୍କାବାସୀଙ୍କୁ ବର୍ତ୍ତମାନ ସମୟରେ ସହଯୋଗର ହାତ ବଢ଼ାଇବା ପାଇଁ ଭାରତ ସରକାର ଏଭଳି ପଦକ୍ଷେପ ନେଇଛି। ଭାରତର ଅନେକ ଘରୋଇ ଏବଂ ସାମାଜିକ ସଂଗଠନ ମଧ୍ୟ ଶ୍ରୀଲଙ୍କାକୁ ସହାୟତା ପଠାଉଛନ୍ତି।
ଶ୍ରୀଲଙ୍କାକୁ ଆଉ ୪୦ ହଜାର ଟନ୍ ଡିଜେଲ ପଠାଇଲା ଭାରତ
/sambad/media/post_attachments/wp-content/uploads/2021/01/Petrol-diesel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)