ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ମେଗା ଟ୍ରେଡ୍ ଫେୟାର, ହୋମ୍ ଆଣ୍ଡ୍‌ ଡେକର୍‌ ପ୍ରଦର୍ଶନୀ

୨୫୦ ଷ୍ଟଲ୍‌ରେ ୫୦ ହଜାର ପ୍ରକାର ସାମଗ୍ରୀ

ଚନ୍ଦ୍ରଶେଖରପୁର: ଜନତା ମୈଦନା ଠାରେ ୧୭ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ୍‌ ଫେୟାର  ଓ ହୋମ୍ ଆଣ୍ଡ୍‌ ଡେକର୍‌ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ଏହା ଚଳିତ ମାସ ୧୯ରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧ ପର୍ଯ୍ୟନ୍ତ ପ୍ରତିଦିନ ମଧ୍ୟାହ୍ନ ୧୨ଟାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଚାଲିବ। ଏଥିରେ ଥିବା ୨୫୦ଟି ଷ୍ଟଲ୍‌ରେ ୫୦ ହଜାରରୁ ଅଧିକ ପ୍ରକାର ସାମଗ୍ରୀ ପ୍ରଦର୍ଶିତ ହେଉଛି। ହୋମ୍ ଆଣ୍ଡ ଡେକର୍‌ ପ୍ରଦର୍ଶନୀରେ ବିଭିନ୍ନ ରିୟଲ ଇଷ୍ଟେଟ୍ ସଂସ୍ଥାର ପ୍ରକଳ୍ପ ପ୍ରଦର୍ଶିତ କରାଯାଇଛି । ଏହା ବ୍ୟତୀତ ରିୟଲ ଇଷ୍ଟେଟ୍ ସମ୍ପର୍କିତ ସମସ୍ତ ଉପକରଣ ବିକ୍ରେତା ଏବଂ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଆଦି ମଧ୍ୟ ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି ।

କ୍ରେଡାଇ ଭୁବନେଶ୍ୱର, ୟୁସିସିଆଇ, ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଜିଏସ୍‌ ମାର୍କେଟିଙ୍ଗର ମିଳିତ ଆନୁକୂଲ୍ୟରେ କ୍ରେଡାଇ ଭୁବନେଶ୍ୱର ହୋମ୍ ଆଣ୍ଡ ଡେକୋର ଏବଂ ଅର୍ନ୍ତଜାତୀୟ ମେଗା ବାଣିଜ୍ୟ ମେଳା ଆୟୋଜିତ ହୋଇଯାଇଛି। ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟନ କରିଥିଲେ। ଅନ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଏସ୍‌ବିଆଇର ସିଜିଏମ୍ ରୁମା ଦେ, କ୍ରେଡାଇ ଭୁବନେଶ୍ୱରର ସଭାପତି କାନ୍ତିଲାଲ ପଟେଲ ଏବଂ ସଧାରଣ ସମ୍ପାଦକ ଉମେଶ ପଟ୍ଟନାୟକ, ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପ୍ରକାଶ ଶାହା, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ୟୁସିସିଆଇ)ର ବ୍ରହ୍ମାନନ୍ଦ ମିଶ୍ର, ଜିଏସ୍ ମାର୍କେଟିଙ୍ଗର ସିଇଓ ସୁପର୍ଣ୍ଣ ଦତ୍ତା ଗୁପ୍ତା ଯୋଗ ଦେଇଥିଲେ। ଚଳିତ ସଂସ୍କରଣର ସହଯୋଗୀ ଦେଶ ବାଂଲାଦେଶ ଓ ଫୋକସ୍ ଦେଶ ହେଉଛି ଆଫଗାନିସ୍ତାନ ଓ ଇରାନ। ବିହାର ସହଯୋଗୀ ରାଜ୍ୟ ହୋଇଥିବାବେଳେ ଆୟୋଜକ ରାଜ୍ୟ ହେଉଛି ଓଡ଼ିଶା।

ସମ୍ବନ୍ଧିତ ଖବର