ନୂଆଦିଲ୍ଲୀ : ବିଶ୍ବର ସବାଧିକ କାକୁଡ଼ି ଭାରତ ରପ୍ତାନି କରୁଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ୨୨୩ ନିୟୁତ ଡଲାର ମୂଲ୍ୟର ୨,୨୩,୫୧୫ ଟନ୍ କାକୁଡ଼ି ଓ ଘେରକିନ୍ସ (ହିନ୍ଦୀ ଭାଷାରେ ଖିରା) ରପ୍ତାନି କରାଯାଇଛି। ଘେରକିନ୍ସ ହେଉଛି କାକୁଡ଼ି ଭଳି ଏକ କୃଷିଜାତ ସାମଗ୍ରୀ ଯାହା ସାମାନ୍ୟ ଖଟା ଲାଗିଥାଏ। ୧୯୯୦ରେ କର୍ଣ୍ଣାଟକରୁ ଏହାର ଚାଷ, ପ୍ରକ୍ରିୟାକରଣ ଓ ରପ୍ତାନି ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏହାକୁ ଚାଷ କରାଯାଇଥିଲା। କାକୁଡ଼ି ଓ ଘେରକିନ୍ସକୁ ଆମେରିକା, ଫ୍ରାନ୍ସ, ଜର୍ମାନି, ଅଷ୍ଟ୍ରେଲିଆ, ସ୍ପେନ୍, ଦକ୍ଷିଣ କୋରିଆ, କାନାଡା, ଜାପାନ, ବେଲଜିୟମ୍, ରୁଷିଆ, ଚୀନ୍, ଶ୍ରୀଲଙ୍କା ଓ ଇସ୍ରାଏଲ୍କୁ ରପ୍ତାନି କରୁଛି।