ଏଫ୍‌ଡିଆଇ ରୢାଙ୍କିଙ୍ଗ୍‌ରେ ଭାରତ ସପ୍ତମ

ନୂଆଦିଲ୍ଲୀ: ଗତବର୍ଷ (୨୦୨୧)ରେ ପ୍ରତ୍ୟକ୍ଷ ବୈଦେଶିକ ନିବେଶ (ଏଫ୍‌ଡିଆଇ) ହାସଲ କରିବାରେ ଭାରତ ଏକ ପାହାଚ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛି। ଯଦିଓ ଏହି ବର୍ଷ ଏଫ୍‌ଡିଆଇ ହ୍ରାସ ପାଇଛି ତଥା ଭାରତ ସ୍ଥିତିରେ ଉନ୍ନତି ହୋଇଛଇ ବୋଲି ୟୁନାଇଟେଡ୍‌ ନେସନ୍ସ କନ୍‌ଫରେନ୍ସ ଅନ୍ ଟ୍ରେଡ୍‌ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ୍‌ ପକ୍ଷରୁ କୁହାଯାଇଛି। ସଦ୍ୟତମ ବିଶ୍ବ ନିବେଶ ରିପୋର୍ଟ ଅନୁଯାୟୀ, ୨୦୨୧ରେ ଭାରତକୁ ୪୫୦୦ କୋଟି ଡଲାରର ଏଫ୍‌ଡିଆଇ ଆସିଛି ଯାହା ୨୦୨୦ରେ ଆସିଥିବା ୬୪୦୦ କୋଟି ଡଲାର ଏଫ୍‌ଡିଆଇ ତୁଳନାରେ କମ୍। ଏଫ୍‌ଡିଆଇ ରୢାଙ୍କିଙ୍ଗ୍‌ରେ ୩୬,୭୦୦ କୋଟି ଡଲାର ସହ ଆମେରିକା ଏକ ନମ୍ବରରେ ଥିବା ବେଳେ ୧୮,୧୦୦ କୋଟି ଡଲାର ସହ ଚୀନ୍ ଦ୍ବିତୀୟ ଓ ୧୪,୧୦୦ କୋଟି ଡଲାର ଏଫ୍‌ଡିଆଇ ସହ ହଂକଂ ତୃତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର