ଭାରତ ଆରବ ଦେଶର ଏକ ନମ୍ବର ଖାଦ୍ୟ ଯୋଗାଣକାରୀ

ନୂଆଦିଲ୍ଲୀ : ଆରବ ରାଷ୍ଟ୍ରଗୁଡ଼ିକୁ ଖାଦ୍ୟ ସାମଗ୍ରୀ ଯୋଗାଣରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। ଦୀର୍ଘ ୧୫ ବର୍ଷ ପରେ ଏହି ସ୍ଥାନରୁ ବ୍ରାଜିଲ୍‌କୁ ଭାରତ ହଟାଇ ଦେଇଛି। ବହୁ ବର୍ଷ ଧରି ଆରବ ରାଷ୍ଟ୍ରଗୁଡ଼ିକର ପ୍ରମୁଖ ବାଣିଜ୍ୟ ସହଯୋଗୀ ଥିଲା ବ୍ରାଜିଲ। ମାତ୍ର ୨୦୨୦ରେ ମହାମାରୀ ବ୍ୟାପିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ କାରବାର ସହଜ ହୋଇନଥିଲା। ୨୨ଟି ଆରବ ରାଷ୍ଟ୍ର ବ୍ରାଜିଲ୍‌ରୁ ବରାଦ କରୁଥିବା କୃଷି ଉତ୍ପାଦରେ ୮.୧୫% ହ୍ରାସ ଘଟିଛି। ବଜାରର ସେହି ଭାଗକୁ ଭାରତ ହାସଲ କରିଛି ବୋଲି ବ୍ରାଜିଲ୍‌-ଆରବ ଚାମ୍ବର ଅଫ କମର୍ସ ପକ୍ଷରୁ କୁହାଯାଇଛି।

ବ୍ରାଜିଲ୍‌ର ହୋଇଥିବା କ୍ଷତି ଭାରତ, ତୁର୍କୀ, ଆମେରିକା, ଫ୍ରାନ୍ସ, ଆର୍ଜେଣ୍ଟିନା ଭଳି ଦେଶ ପାଇଁ ଲାଭରେ ପରିଣତ ହୋଇଛି। ପୂର୍ବର ସାଉଦି ଆରବ ଓ ବ୍ରାଜିଲ୍ ମଧ୍ୟରେ କାରବାର ପାଇଁ ୩୦ ଦିନ ଲାଗୁଥିଲା। ଏବେ ତାହା ୬୦ ଦିନରେ ବି ହୋଇପାରୁନି। ଏହାର ସୁଯୋଗ ନେଇ ଆବର ରାଷ୍ଟ୍ରଗୁଡ଼ିକୁ ଭାରତ ଏହାର ଫଳ, ପନିପରିବା, ଚିନି, ଖାଦ୍ୟଶସ୍ୟ ଓ ମାଂସ ରପ୍ତାନି ବଢ଼ାଇ ଦେଇଛି। ଭୌଗୋଳିକ ଦୃଷ୍ଟିକୋଣରୁ ଭଲ ସ୍ଥିତିରେ ଥିବାରୁ ଭାରତ ଏହି ସୁଯୋଗକୁ ହାସଲ କରିଛି ବୋଲି ଚାମ୍ବର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର