ଭାରତ ବିଶ୍ୱର ୬ଷ୍ଠ ଧନଶାଳୀ ଦେଶ !

ନୂଆଦିଲ୍ଲୀ: ଭାରତ ବିଶ୍ୱର ଏକ ଗରିବ ଦେଶ ବୋଲି ଜଣାଶୁଣା । ଆମ ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ ଗରିବ ସୀମାରେଖା ତଳେ ରହିଛନ୍ତି । ସରକାର ମଧ୍ୟ ଦେଶରେ ଅନେକ ଦାରିଦ୍ର୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ଗରିବ ସଂଖ୍ୟା କମିବାର ନାଁ ଧରୁନାହିଁ ।

କିନ୍ତୁ ଯଦି କୁହାଯାଏ ଯେ ଭାରତ ବିଶ୍ୱରେ ଏକ ଧନୀ ଦେଶ ବୋଲି ତେବେ ଆପଣ ବୋଧହୁଏ ବିଶ୍ୱାସ କରିବେ ନାହିଁ । କିନ୍ତୁ ଗୋଟିଏ ସର୍ଭେରୁ ଏହା ଜଣାପଡ଼ିଛି । ନ୍ୟୁ ଓ୍ଵାର୍ଲଡ େଓ୍ଵଲଥ ରିପୋର୍ଟରେ ଥିବା ବିଶ୍ୱର ଧନୀ ରାଷ୍ଟ୍ରମାନଙ୍କ ତାଲିକା ରେ ଭାରତ ୬ଷ୍ଠ ସ୍ଥାନରେ ରହିଛି । ଗୋଟିଏ ଦେଶର ଲୋକମାନଙ୍କ ମୋଟ ବ୍ୟକ୍ତିଗତ ସଂପତ୍ତିକୁ ମିଶାଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ସରକାରୀ ସଂପତ୍ତିକୁ ମିଶାଯାଇନାହିଁ ।

୬୪,୫୮୪ ବିଲିୟନ ଡଲାର ସହ ଆମେରିକା ବିଶ୍ୱର ନଂ୧ ଧନୀ ଦେଶର ମାନ୍ୟତା ପାଇଛି । ତା’ତଳକୁ ରହିଛି ଚୀନ, ଏହାର ମୋଟ ସଂପତ୍ତିର ପରିମାଣ ୨୪,୮୦୩ ବିଲିୟନ ଡଲାର । ୧୯,୫୨୨ ବିଲିୟନ ଡଲାର ସହ ୩ୟ ସ୍ଥାନରେ ରହିଛି ଜାପାନ । ୯,୯୧୯ ବିଲିୟନ ଡଲାର ସଂପତ୍ତି ସହ ବ୍ରିଟେନ ୪ର୍ଥ ଓ ୯୬୬୦ ବିଲିୟନ ଡଲାର ସହ ଜର୍ମାନି ୫ମ ସ୍ଥାନରେ ରହିଛି । ୮୨୩୦ ବିଲିୟନ ଡଲାର ସହ ଭାରତ ୬ଷ୍ଠ ସ୍ଥାନରେ ରହିଛି । ବିଗତ କିଛି ବର୍ଷ ଧରି ଭାରତ ସମ୍ପତ୍ତି ପରିମାଣ ବଢିଥିବା ଏଥିରେ କୁହାଯାଇଛି ।

ସମ୍ବନ୍ଧିତ ଖବର