ନୂଆଦିଲ୍ଲୀ: ଭାରତର ଭବିଷ୍ୟତ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସ୍ଥା ପ୍ରକଟ କରିଛନ୍ତି । ସେ କହିଛନ୍ତି, ଭାରତ ଆଜି ଏକ ଭିନ୍ନ ସଫଳତାର କାହାଣୀ ଲେଖୁଛି ଏବଂ ଚଳିତ ଦଶନ୍ଧିକୁ ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଇଟି ୱାର୍ଲ୍ଡ ଲିଡର୍ସ ଫୋରମ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ଅର୍ଥନୈତିକ ସଫଳତା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ବିଶ୍ୱ ଅର୍ଥନୀତି ୩୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ଭାରତର ଅର୍ଥନୀତି ୯୦ ପ୍ରତିଶତ ବୃଦ୍ଧି ପାଇଛି। ନିରନ୍ତର ଅଭିବୃଦ୍ଧିର ଏହି ଧାରା ଜାରି ରହିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ଭାରତୀୟଙ୍କ ଜୀବନ ଉପରେ ସାଂପ୍ରତିକ ସଂସ୍କାରରଯ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଉପରେ ମୋଦୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଆମେ ଭାରତୀୟଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛୁ। ଗତ କିଛି ବର୍ଷ ମଧ୍ୟରେ ଆମ ସରକାର କୋଟି କୋଟି ଭାରତୀୟଙ୍କ ଜୀବନକୁ ଛୁଇଁଛନ୍ତି। ଗରିବମାନଙ୍କୁ ସଶକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇପାରିଛନ୍ତି। ମୌଳିକ ସେବାର ଅଭାବ ଠାରୁ ଆରମ୍ଭ କରି ଡିଜିଟାଲ ଦେୟ ଏବଂ ଉନ୍ନତ ଯୋଗାଯୋଗ ପର୍ଯ୍ୟନ୍ତ ନାଟକୀୟ ପରିବର୍ତ୍ତନ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ। ଭିତ୍ତିଭୂମି ଏବଂ ଅର୍ଥନୈତିକ ରଣନୀତି ଉପରେ ଆଲୋଚନା କରି ମୋଦୀ ପାଲଘରର ବଧାବନ ବନ୍ଦର ପାଇଁ ୭୫,୦୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ସଂପର୍କରେ ଉଲ୍ଲେଖ କରିଥିଲେ। ନିଯୁକ୍ତି ଏବଂ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ଯୋଜନା ବିଷୟରେ ମଧ୍ୟ ମୋଦୀ ଆଲୋକପାତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/UM056M61Izn99RwxEwQK.jpg)