ନୂଆଦିଲ୍ଲୀ : ଭାରତରେ ବ୍ୟବସାୟ କରିବାର ବାତାବରଣ ଦିନକୁ ଦିନ ସୁଧୁରିବାରେ ଲାଗିଛି । ବିଶେଷକରି ଗତ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱ ବ୍ୟାଙ୍କର ଇଜ-ଅଫ-ଡୁଇଙ୍ଗ ବିଜନେସ୍ ତାଲିକାରେ ଦ୍ରୁତ ଗତିରେ ସିଡି ଚଢିଚାଲିଛି । ଆଜି ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ନୂଆ ତାଲିକାରେ ଭାରତ ଏକା ଥରକେ ୨୩ଟି ସ୍ଥାନ ଉପରକୁ ଚଢି ୧୯୦ଟି ଦେଶଙ୍କ ମଧ୍ୟରେ ୭୭ ତମ ସ୍ଥାନରେ ପହଞ୍ଚିଛି । ଗତ ବର୍ଷ ମଧ୍ୟ ଭାରତ ୩୦ଟି ସ୍ଥାନ ଉପରକୁ ଚଢି ୧୦୦ ତମ ସ୍ଥାନରେ ପହଞ୍ଚିଥିଲା । ନିଜ ରିପୋର୍ଟରେ ବିଶ୍ୱ ବ୍ୟାଙ୍କ କହିଛି ଯେ ଭାରତ ବ୍ୟବସାୟ କରିବାର ୧୦ଟି ମାନଦଣ୍ଡ ମଧ୍ୟରୁ ୬ଟି ରେ ଉନ୍ନତି ହାସଲ କରିଛି । ଇଜ ଅପ ଡୁଇଙ୍ଗ ବିଜନେସର ଅର୍ଥ ହେଉଛି ଗୋଟିଏ ଦେଶରେ ବ୍ୟବସାୟ କରିବା କେତେ ସହଜ, କେତେ ଅନୁକୂଳ, ସରକାରଙ୍କ ଆଇନ କାନୁନ କେତେ ଅନୁକୂଳ? ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଭାରତର ଏହି ଉନ୍ନତି ମୋଦି ସରକାରଙ୍କ ପାଇଁ ଏକ ବଡ଼ ନୈତିକ ବିଜୟ ବୋଲି କୁହାଯାଉଛି ।
ମୋଦି ସରକାରଙ୍କ ପାଇଁ ଭଲ ଖବର, ବିଶ୍ୱ ବ୍ୟାଙ୍କର ଇଜ-ଅଫ-ଡୁଇଙ୍ଗ ବିଜନେସ୍ ତାଲିକାରେ ୭୭ ତମ ସ୍ଥାନକୁ ଉଠିଲା ଭାରତ
/sambad/media/post_attachments/wp-content/uploads/2018/04/world-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)