ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଖୁସି ଖବର ଆଣିଛି ବିଶ୍ବବ୍ୟାଙ୍କ। ଏହା ନିଜର ସଦ୍ୟତମ ରିପୋର୍ଟରେ ଏହି ଆଶ୍ବାସନା ଦେଇଛି ଯେ, ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତାକୁ ଭାରତ ପୁଣି ଫେରିପାଇବ। ଅଭିବୃଦ୍ଧି କ୍ଷେତ୍ରରେ ଏହା ଚୀନ୍କୁ ପୁଣି ପଛରେ ପକାଇବ। ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୭.୫% ହେବ ବୋଲି ବିଶ୍ବବ୍ୟାଙ୍କ ଜଣାଇଛି। ପୁଞ୍ଜିନିବେଶ ଓ ବିଭିନ୍ନ ସାମଗ୍ରୀର ବ୍ୟବହାର ବଢ଼ିବା ଯୋଗୁ ଭାରତର ଅଭିବୃଦ୍ଧି ବଢ଼ିବ। ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ଚୀନ୍ ଠାରୁ ୧.୫% ଅଧିକ ବେଗରେ ଭାରତ ଆଗକୁ ବଢ଼ିବ ବୋଲି ବିଶ୍ବବ୍ୟାଙ୍କ କହିଛି। ୨୦୧୮ରେ ଚୀନ୍ର ଅଭିବୃଦ୍ଧି ୬.୬% ଥିଲା। ୨୦୧୯ରେ ତାହା ୬.୨%କୁ, ୨୦୨୦ରେ ୬.୧% ଓ ୨୦୨୧ରେ ୬%କୁ ଖସିଯିବ।
ଚୀନ୍କୁ ପଛରେ ପକାଇବ ଭାରତ: ବିଶ୍ବବ୍ୟାଙ୍କ
/sambad/media/post_attachments/wp-content/uploads/2019/06/black-money-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)