ମୁମ୍ବାଇ: ବହୁଦେଶୀୟ କଂପାନିଗୁଡ଼ିକ ଦ୍ବାରା ଟିକସ ନିୟମର ଅପବ୍ୟବହାର ଓ ଘରୋଇ ସଂସ୍ଥା ଦ୍ବାରା କରାଯାଉଥିବା ଟିକସ ଠକେଇ ଯୋଗୁଁ ଭାରତ ପ୍ରତିବର୍ଷ ୭୦ ହଜାର କୋଟି ଟଙ୍କାର ଟିକସ ହରାଉଛି। କେବଳ ଭାରତ ନୁହେଁ ଏହି ସମସ୍ୟାର ପ୍ରଭାବ ସାରା ବିଶ୍ବରେ ରହିଛି। ଦି ଟ୍ୟାକ୍ସ ଜଷ୍ଟିସ୍ ନେଟ୍ୱର୍କ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହା ହେଉଛି ଏକ ସ୍ବାଧୀନ ଗବେଷଣା ସଂସ୍ଥା। ଟିକସ ହାନି ଲାଗି ୨୦ଟି ରାଷ୍ଟ୍ରକୁ ଏହି ସଂସ୍ଥା ଦାୟୀ କରିଛି। ସେଗୁଡ଼ିକ ହେଉଛି କେମ୍ୟାନ୍ସ ଦ୍ବୀପ, ବ୍ରିଟେନ୍, ନେଦରଲ୍ୟାଣ୍ଡ୍, ଲକ୍ସେମ୍ବର୍ଗ, ଆମେରିକା, ହଂକଂ, ଚୀନ୍, ବ୍ରିଟିଶ ଭର୍ଜିନ୍ ଦ୍ବୀପ, ଆର୍ୟଲ୍ୟାଣ୍ଡ୍, ସିଙ୍ଗାପୁର, ବରମୁଡା, ସ୍ବିଜରଲ୍ୟାଣ୍ଡ୍, ପୁଏର୍ତୋ ରିକୋ ଓ ଜର୍ସି।
ଭାରତ ବର୍ଷକୁ ହରାଉଛି ୭୦ ହଜାର କୋଟି ଟିକସ
/sambad/media/post_attachments/wp-content/uploads/2020/02/tax.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)