ମୁମ୍ବାଇ: xiaomi କଂପାନି ତରଫରୁ ଶୁକ୍ରବାର ଭାରତରେ ତାହାର ନୂତନ ସିରିଜ୍ y ର ନୂଆ ସ୍ମାର୍ଟଫୋନ୍ RedMi Y1କୁ ଲଞ୍ଚ୍ କରାଯାଇଛି। ଏହି ଫୋନ୍ରେ MIUI 9 ଓଏସ୍କୁ ଦିଆଯାଇଛି, ଯେଉଁଥିରେ କି ସ୍ପିଲିଟ ସ୍କ୍ରିନ୍ ଏବଂ ସ୍ମାର୍ଟ ଫଟୋ ଏଡିଟର ଭଳି ଫିଚର୍ସ ମଧ୍ୟ ରହିଛି। ଯେଉଁ ସ୍ପିଲିଟ୍ ଫିଚର୍ସ ମାଧ୍ୟମରେ ସ୍ମାର୍ଟଫୋନ୍ ଉପଭୋକ୍ତା ଗୋଟିଏ ସ୍କ୍ରିନ୍କୁ ଦୁଇଭାଗ କରି, ଦୁଇଟି ଆପ୍କୁ ମଧ୍ୟ ଗୋଟିଏ ସ୍କ୍ରିନ୍ରେ ଚଲାଇପାରିବେ।
ଏଥିସହିତ ଏହି ଫୋନ୍ରେ ସ୍ମାର୍ଟ ଫଟୋ ଏଡିଟର୍ ମଧ୍ୟ ରହିଛି। ଯାହା ସାହାଯ୍ୟରେ କି ଆପଣ ଯେ କୌଣସି ଫଟୋକୁ ବି ଫଟୋସପ୍ ଭଳି ଏଡିଟ୍ କରିପାରିବେ!
ଏତଦ୍ବ୍ୟତୀତ xiaomi RedMi Y1ସ୍ମାର୍ଟଫୋନ୍ରେ ୫.୫ ଇଞ୍ଚ୍ ର ଏଚ୍ଡିି ଡିସ୍ପ୍ଲେ ରହିଥିବାବେଳେ, ଗୋରିଲ୍ଲା ଗ୍ଲାସ ପ୍ରୋଟେକ୍ସନ୍ ,ଆକ୍ଟାକୋର୍ ସ୍ନାପ୍ଡ଼ୈଗନ୍ ୪୩୫ ପ୍ରୋସେସର୍, ଗ୍ରାଫିକ୍ସ ଲାଗି ଏଡ୍ରିନୋ ୫୦୫ ଜିପିୟୁ, ୩ଜିବି/୪ ଜିବି ର୍ୟାମ୍, ୩୨ ଜିବି/୬୪ ଜିବି ଷ୍ଟୋରେଜ୍, ୧୬ ମେଗାପିକ୍ସଲ୍ର ଫ୍ରଣ୍ଟ୍ କ୍ୟାମେରା, ୧୩ ମେଗାପିକ୍ସଲ୍ର ରିଅର୍ କ୍ୟାମେରା, 4G voLTE, ଫିଙ୍ଗରପ୍ରିଣ୍ଟ୍ ସେନ୍ସର୍ ଏବଂ ୩୦୮୦ mAhର ବ୍ୟାଟେରି ମଧ୍ୟ ରହିଛି। ତେବେ ଏହି ଫୋନ୍ର ୩ ଜିବି ର୍ୟାମ୍ ବାଲା ବେରିୟଂଟ୍ର ଦାମ୍ ମାତ୍ର ୮,୯୯୯ଟଙ୍କା ରହିଥିବାବେଳେ, ୪ଜିବି ବେରିୟଂଟ୍ର ମୂଲ୍ୟ ରହିଛି ୧୦,୯୯୯ଟଙ୍କା।
ତେବେ ଆପଣଙ୍କ ସୂଚନା ପାଇଁ ଜଣାଉଅଛୁ, କଂପାନି ତରଫରୁ ଭାରତରେ ପ୍ରଥମ ଥର ଲାଗି ବଲିଉଡ଼୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କୁ ଏନେଇ ବ୍ରାଣ୍ଡ୍ ଆମ୍ବାସାଡ଼ର୍ ବନାଯାଇଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/xiaomi-redmi-y1-y1-lite-launched-india.jpg)