ଭାରତ ଆଉ ଏକ ପ୍ୟାକେଜ୍ ଆଣିବା ଦରକାର: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ : ଭାରତ ସରକାର ଆଉ ଏକ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବାର ଆବଶ୍ୟକତା ରହିଛି ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଗରିବ ଲୋକ ଓ ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିବା ଲାଗି କେନ୍ଦ୍ର ସରକାର ସ୍ବାସ୍ଥ୍ୟ, ଖାଦ୍ୟ ଓ ଆୟ ସୃଷ୍ଟିକାରୀ କାର୍ଯ୍ୟକ୍ରମରେ ବ୍ୟୟ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ଏହି ଆନ୍ତର୍ଜାତିକ ସଂସ୍ଥା କହିଛି। ଆଇଏମ୍ଏଫ୍‌ର ଯୋଗାଯୋଗ ବିଭାଗ ନିର୍ଦେଶକ ଗେରି ରାଇସ୍‌ କହିଛନ୍ତି ଗରିବ ଲୋକ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିବା ଲାଗି ଭାରତ ସରକାର ଆଉ ଏକ ପ୍ୟାକେଜ୍ ‌ଆଣିବା ଦରକାର।

୧୯୮୬ରେ ୧୦ ଲକ୍ଷ ଟଙ୍କାର ନିବେଶ ଏବେ ୧୧.୯୦ କୋଟି
ନୂଆଦିଲ୍ଲୀ : ୟୁଟିଆଇ ମାଷ୍ଟରସେୟାର ୟୁନିଟ୍ ସ୍କିମ୍ ନିବେଶକମାନଙ୍କୁ ଷ୍ଟକ ବଜାର ଠାରୁ ଅଧିକ ରିଟର୍ଣ୍ଣ ଦେଇଛି। ୧୯୮୬ରେ ଆରମ୍ଭ ହୋଇଥିବା ଏହି ସ୍କିମ୍‌ ୩୩ ବର୍ଷ ଭିତରେ ନିବେଶକମାନଙ୍କୁ ୧୧୯ ଗୁଣ ରିଟର୍ଣ୍ଣ ପ୍ରଦାନ କରିଛି। ଯେଉଁମାନେ ଫଣ୍ଡ୍‌ ଆରମ୍ଭ ହେବାରେ ୧୦ ଲକ୍ଷ ଟଙ୍କା ନିବେଶ କରିଥିଲେ ଏବେ ସେମାନଙ୍କ ସେହି ନିବେଶ ରାଶି ବୃଦ୍ଧି ପାଇ ୧୧.୯୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ସମୟରେ ଯେଉଁ ନିବେଶକମାନେ ସେୟାର ବଜାରରେ ନିବେଶ କରିଥିଲେ ସେମାନଙ୍କ ସମ୍ପତ୍ତି ୭.୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୟୁଟିଆଇ ମାଷ୍ଟରସେୟାର ୟୁନିଟ୍‌ ସ୍କିମ୍ ତା’ଠାରୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର