ଡାକ ବିଭାଗରେ ଦଶମ ଓ ଦ୍ବାଦଶ ପାସ ପ୍ରାର୍ଥୀଙ୍କ ପାଇଁ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ

ଗ୍ରାଜୁଏସନ ପାସ ପ୍ରାର୍ଥୀ ବି କରିପାରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ୧୯୦୦ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଖାଲିଥିବା ୧୯୦୦ ପଦବୀଗୁଡ଼ିକ ମଧ୍ୟରେ ପୋଷ୍ଟ ଆସିଣ୍ଟାଣ୍ଡ, ସର୍ଟିଂ ଆସିଣ୍ଟାଣ୍ଡ, ପୋଷ୍ଟମ୍ୟାନ, ପୋଷ୍ଟ ଗାର୍ଡ ଓ ଏମଟିଏସ(ମଲ୍ଟିଂ ଟାସ୍କିଂ ଷ୍ଟାପ୍‌)ରହିଛି। ଏହି ସବୁ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୧୦ନଭେମ୍ବର ଅର୍ଥାତ୍‌ ଆଗାମୀ ଶୁକ୍ରବାରଠାରୁ ଆରମ୍ଭ ହୋଇଯିବ। ଏଥିସହ ଆବେଦନର ଶେଷ ତାରିଖ ୧୦ଡିସେମ୍ବରରୁ ୧୪ ଡିସେମ୍ବର ଯାଏଁ ରହିଛି।

ବିଶେଷ କଥାଟି ହେଉଛି ଏହି ପଦବୀପାଇଁ  ପୁରସ୍କାରପ୍ରାପ୍ତ ଖେଳାଳି ମଧ୍ୟ ସହଜରେ ଆବେଦନ କରିପାରିବେ।  ଆବେଦନକାରୀ http://dopsportsrecruitment.cept.gov.in ଓ୍ବେବସାଇଇଟ୍‌କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଏଥିରେ ପର୍ଯ୍ୟାୟ ପରେ ପର୍ଯ୍ୟାୟ (ଷ୍ଟେପ ବାଏ ଷ୍ଟେପ) ଆବେଦନ ପ୍ରକ୍ରିୟା ରହିଛି। ଯାହାକୁ ଆବେଦନ କରିବା ପୂର୍ବରୁ ଆବେଦନକାରୀ ପ୍ରଥମେ ପଢ଼ିଦେବେ। ତା’ପରେ ଯାଇ ଉକ୍ତ ଫର୍ମକୁ ପୂରଣ କରିବେ। ଆବେଦନ ଶୁଳ୍କ ୧୦୦ଟଙ୍କା ରହିଛି।

ପୋଷ୍ଟ ଆସିଣ୍ଟାଣ୍ଡ: ପୋଷ୍ଟ ଆସିଣ୍ଟାଣ୍ଡ ପାଇଁ ୫୯୮ଟି ଖାଲିଥିବା ପଦବୀ ପୂରଣ ହେବ।  ଏଥିପାଇଁ ପ୍ରାର୍ଥୀ ଯେକୌଣସି ବିଷୟରେ ଗ୍ରାଜୁଏସନ ପାସ କରିଥିବା ସହିତ କମ୍ପ୍ୟୁଟର ଜ୍ଞାନ ବି ରହିଥିବା ଆବଶ୍ୟକ। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ବର୍ଷ ରହିଛି। ପାରିଶ୍ରମିକ ୨୫ହଜାରୁ ୮୧ହଜାର ପର୍ଯ୍ୟନ୍ତ ରହିଛି।

ସର୍ଟିଂ ଆସିଣ୍ଟାଣ୍ଡ: ସର୍ଟିଂ ଆସିଣ୍ଟାଣ୍ଡ ପାଇଁ ୧୪୩ଟି ଖାଲିଥିବା ପଦବୀ ପୂରଣ ହେବ।  ଏଥିପାଇଁ ପ୍ରାର୍ଥୀ ଯେକୌଣସି ବିଷୟରେ ଗ୍ରାଜୁଏସନ ପାସ କରିଥିବା ସହିତ କମ୍ପ୍ୟୁଟର ଜ୍ଞାନ ବି ରହିଥିବା ଆବଶ୍ୟକ। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ବର୍ଷ। ପାରିଶ୍ରମିକ ୨୫ହଜାରୁ ୮୧ହଜାର ପର୍ଯ୍ୟନ୍ତ ରହିଛି।

ପୋଷ୍ଟମ୍ୟାନ: ପୋଷ୍ଟମ୍ୟାନ ପାଇଁ ୫୮୫ଟି ଖାଲିଥିବା ପଦବୀ ପୂରଣ ହେବ।  ଏଥିପାଇଁ ପ୍ରାର୍ଥୀ ଦ୍ବାଦଶଶ୍ରେଣୀ ପାସ କରିଥିବା ସହିତ ସ୍ଥାନୀୟ ଅଞ୍ଚଳର ଭାଷା ଜାଣିଥିବେ, କମ୍ପ୍ୟୁଟର ଜ୍ଞାନ ବି ରହିଥିବ ଓ ଦୁଇଚକିଆ ଗାଡ଼ିର ଲାଇସେନ୍ସ ରହିଥିବା ବି ଆବଶ୍ୟକ ରହିଛି। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ବର୍ଷ। ପାରିଶ୍ରମିକ ୨୧ହଜାରୁ ୬୯ହଜାର ପର୍ଯ୍ୟନ୍ତ ରହିଛି।

ପୋଷ୍ଟ ଗାର୍ଡ : ପୋଷ୍ଟ ଗାର୍ଡ ପାଇଁ ୩ଟି ଖାଲିଥିବା ପଦବୀ ପୂରଣ ହେବ।  ଏଥିପାଇଁ ପ୍ରାର୍ଥୀ ଦ୍ବାଦଶଶ୍ରେଣୀ ପାସ କରିଥିବା ସହିତ ସ୍ଥାନୀୟ ଅଞ୍ଚଳର ଭାଷା ଜାଣିଥିବେ, କମ୍ପ୍ୟୁଟର ଜ୍ଞାନ ବି ରହିଥିବ ଓ ଦୁଇଚକିଆ ଗାଡ଼ିର ଲାଇସେନ୍ସ ରହିଥିବା ବି ଆବଶ୍ୟକ ରହିଛି। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ବର୍ଷ ମଧ୍ୟରେ ରହିଥିବ। ପାରିଶ୍ରମିକ ୨୧ହଜାରୁ ୬୯ହଜାର ପର୍ଯ୍ୟନ୍ତ ରହିଛି।

ଏମଟିଏସ: ଏମଟିଏସ ପାଇଁ ୫୭୦ଟି ଖାଲିଥିବା ପଦବୀ ପୂରଣ ହେବ। ଏଥିପାଇଁ ପ୍ରାର୍ଥୀ ଦଶମଶ୍ରେଣୀ ପାସ କରିଥିବା ବେଳେ ବୟସ ସୀମା ୧୮ରୁ ୨୫ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ପାରିଶ୍ରମିକ ୧୮ହଜାରୁ ୫୬ହଜାର ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର