ଓଡ଼ିଶାରେ ଇଣ୍ଡିଆ ପାୱାର୍‌ର ସମ୍ପ୍ରସାରଣ ଯୋଜନା

ଭୁବନେଶ୍ବର: ଇଣ୍ଡିଆ ପାୱାର ଏହାର ଉପସ୍ଥିତିକୁ ନୂତନ ରାଜ୍ୟରେ ପହଞ୍ଚାଇବାକୁ ଉଦ୍ୟମ କରୁଛି। ନେସ୍‌କୋ, ୱେସ୍‌କୋ, ସାଉଥ୍‌କୋ ଘରୋଇକରଣ ପ୍ରକ୍ରିୟାରେ କଂପାନି ଅଂଶଗ୍ରହଣ କରି ବିଡ୍‌ ଦାଖଲ କରିଛି। ଏ ସମ୍ପର୍କରେ କଂପାନିର ପୂର୍ଣ୍ଣକାଳୀନ ନିର୍ଦେଶକ ସୋମେଶ ଦାସଗୁପ୍ତା କହିଛନ୍ତି ଯେ ଓଡ଼ିଶାରେ ସମସ୍ତ ଅଂଶୀଦାରଙ୍କ ଆଶା ପୂରଣ କରିବା ପାଇଁ ଆମ କନସୋଟିୟମ୍ ବହୁତ ଭଲ ସ୍ଥିତିରେ ରହିଛି। ଏହା ରାଜ୍ୟକୁ ସ୍ଥାନୀୟ ଜ୍ଞାନ ଏବଂ ଶତାବ୍ଦୀରୁ ଅଧିକର ବର୍ଷର ଅଭିଜ୍ଞତା ଆଣିବ। କଂପାନି ପକ୍ଷରୁ ଇଡିଏଫ୍‌ ଇଣ୍ଟରନ୍ୟାସନାଲ୍ ସହ ଏକ କନସୋଟିୟମ୍ ସ୍ଥାପନ କରି ଓଡ଼ିଶାର ଡିସ୍‌କମ୍ ଘରୋଇକରଣ ପାଇଁ ବିଡ୍‌ ଦାଖଲ କରାଯାଇଛି। ବୈଷୟିକ କ୍ଷମତା, ଆର୍ଥିକ ଦୃଢ଼ତା ଏବଂ ଅଭିଜ୍ଞତା ଦୃଷ୍ଟିରୁ ଏହି କନସୋର୍ଟିୟମ୍ ବହୁତ ଭଲ ସ୍ଥିତିରେ ରହିଛି ବୋଲି ଇଣ୍ଡିଆ ପାୱାରର ଏମ୍‌ଡି ରାଘବ ରାଜ କାନୋରିଆ କହିଛନ୍ତି। ବର୍ତ୍ତମାନ ଏହି ସଂସ୍ଥା ପଶ୍ଚିମବଙ୍ଗ, ଗୁଜରାଟ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ବିଦ୍ୟୁତ ସେବା ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର