ୱାସିଂଟନ: ଭାରତ ପ୍ରତିବର୍ଷ ଆମେରିକା ଠାରୁ ୩୫୦ କୋଟି ଟଙ୍କାର ତେଲ ଓ ଗ୍ୟାସ୍ କିଣିବ। ଏହା ବ୍ୟତୀତ ଆମେରିକା ଠାରୁ ୫୬୦ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କିଣିବା ଉପରେ ମଧ୍ୟ ଭାରତ ବିଚାର କରୁଛି। ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶୃଙ୍ଗଳା ଏହା କହିଛନ୍ତି। ଆମେରିକାର ଏକ ବ୍ୟବସାୟୀ ପ୍ରତିନିଧି ମଣ୍ଡଳୀକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ ଦୁଇ ଦେଶ ଭିତରେ ଦ୍ବିପାକ୍ଷିକ କାରବାର ପରିମାଣ ଅତିକମ୍ରେ ୩୦% ବଢ଼ିଛି। ଦୁଇ ବର୍ଷ ପୂର୍ବେ ଦ୍ବିପାକ୍ଷିକ କାରବାର ପରିମାଣ ୮୩୩୦ କୋଟି ଟଙ୍କା ଥିଲା। ଏବେ ତାହା ୧୪ ହଜାର କୋଟି ଟଙ୍କାରୁ ଅଧିକ ହୋଇଗଲାଣି। ଆମେରିକୀୟ ବିମାନ ନିର୍ମାତାଙ୍କ ଠାରୁ ୩୦୦ଟି ବିମାନ କିଣିବା ପାଇଁ ଭାରତୀୟ ବିମାନ କଂପାନିଗୁଡ଼ିକ ବରାଦ ଦେଇଥିବା ସେ କହିଛନ୍ତି। ଭାରତ ପୂର୍ବାପେକ୍ଷା ସବୁଠୁ ଅଧିକ ସାମଗ୍ରୀ ଆମେରିକାରୁ କିଣୁଛି। ଆମେରିକାରେ ପାଠ ପଢ଼ୁଥିବା ୨ ଲକ୍ଷ ୨୭ ହଜାର ଛାତ୍ରଛାତ୍ରୀ ମଧ୍ୟ ସେଠାକାର ଅର୍ଥନୀତିକୁ ୪୫୫ କୋଟି ଟଙ୍କାର ଯୋଗଦାନ ଦେଉଛନ୍ତି ବୋଲି ସେ କହିଛନ୍ତି।
ଆମେରିକାରୁ ପ୍ରତିବର୍ଷ ତେଲ, ଗ୍ୟାସ୍ କିଣାହେବ
/sambad/media/post_attachments/wp-content/uploads/2018/12/oil.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)