ନୂଆଦିଲ୍ଲୀ: କରୋନା ମହାମାରୀ ଭାରତର ଗୃହ ନିର୍ମାଣ କ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଯଦିଓ ବଜାରରେ ଚାହିଦା ରହିଛି କିନ୍ତୁ ଗୃହ ମୂଲ୍ୟରେ ୧.୬ ପ୍ରତିଶତ ହ୍ରାସ ଘଟିଛି। ବିଶ୍ବ ଗୃହ ମୂଲ୍ୟ ସୂଚୀରେ ଭାରତ ତଳ ଆଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି। ନାଇଟ୍ ଫ୍ରାଙ୍କ୍ ତରଫରୁ ୫୬ଟି ଦେଶକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ସୂଚୀରେ ଭାରତ ୫୫ତମ ସ୍ଥାନରେ ରହିଛି। ଭାରତ ପଛକୁ ସ୍ପେନ୍ ଶେଷ ସ୍ଥାନରେ ରହିଛି। ବର୍ଷକ ଭିତରେ ଭରତର ରୢାଙ୍କିଙ୍ଗ୍ରେ ୧୨ ପାହାଚ ଅବନତି ହୋଇଛି। ୨୦୨୦ ଜାନୁଆରି-ମାର୍ଚ୍ଚରେ ଭାରତର ରୢାଙ୍କ ୪୩ ଥିଲା। ଏହି ତାଲିକାରେ ତୁର୍କର ପ୍ରଥମ ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛନ୍ତି ନ୍ୟୁଜିଲ୍ୟାଣ୍ଡ୍, ଲକ୍ସେମ୍ବର୍ଗ, ସ୍ଲୋଭାକିଆ, ଆମେରିକା, ସ୍ବିଡେନ୍, ଅଷ୍ଟ୍ରିଆ ଓ ନେଦରଲ୍ୟାଣ୍ଡ୍। ଭାରତର ରୢାଙ୍କିଙ୍ଗ ୨୦୨୦ ପରଠାରୁ ପ୍ରତି ତ୍ରୟମାସରେ କ୍ରମାଗତ ଭାବେ ହ୍ରାସ ପାଇଛି।
ବିଶ୍ବ ଗୃହ ମୂଲ୍ୟ ସୂଚୀରେ ଭାରତ ତଳ ଆଡ଼ୁ ଦ୍ବିତୀୟ
/sambad/media/post_attachments/wp-content/uploads/2021/06/f4h98fs9h98fshhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)